
ସାନଖେମୁଣ୍ଡି ୭।୮: ଦିଗପହଣ୍ଡି ପୋଲିସ ଦ୍ବାରା ୨୩୧.୬୦୦ କିଲୋ ଗଞ୍ଜେଇ ଜବତ । ଜଣେ ଗିରଫ । ଟ୍ରାକ୍ଟର ସହ ନମ୍ବର ବିହୀନ ଟ୍ରଲି, ୨ଟି ମୋବାଇଲ, ନଗଦ ୨୦ ହଜାର ଟଙ୍କା, ୧୧ ଲକ୍ଷ ୯୯ ହଜାର ଟଙ୍କା ସମ୍ବଳିତ ୨ ଚେକ୍ ବୁକ୍ ଜବତ ହୋଇଛି । ଦିଗପହଣ୍ଡି ପୋଲିସ ଦ୍ବାରା ଶନିବାର ୯ଟି ଜରି ବ୍ୟାଗରେ ଲୁଚାଇ ଚୋରା ଚାଲାଣ କରାଯାଉଥିବା ୨୩୧.୬୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ଥାନା କେସ୍ ନମ୍ବର ୨୦୧/୨୦୨୧ରେ ଛଣମେରୀର ଶିବ ରାଉଳ ଗିରଫ ହୋଇଛନ୍ତି । ଅନ୍ୟ ୪ ଜଣ ଫେରାର ହୋଇଯାଇଥିବା ଏଏସପି ପ୍ରଭାତ ଚନ୍ଦ୍ର ରାଉତରାୟଙ୍କ ସୂଚନା । ଓଡି୦୭ସି- ୫୪୩୦ ନମ୍ବର ବିଶିଷ୍ଟ ଟ୍ରାକ୍ଟର ସହ ନମ୍ବର ବିହୀନ ଟ୍ରଲି, ୨ଟି ମୋବାଇଲ, ନଗଦ ୨୦ ହଜାର ଟଙ୍କା, ୧୧ ଲକ୍ଷ ୯୯ ହଜାର ଟଙ୍କା ସମ୍ବଳିତ ୨ ଚେକ ବହି ମଧ୍ୟ ଜବତ ହୋଇଛି । ଏହି ଚେକ ବୁକ ୨ଟି ଦିଗପହଣ୍ଡି ଏକ୍ସିସ ବ୍ୟାଙ୍କର ପୃଥକ ଆକାଉଣ୍ଟର । ମୋହନା ପଟୁ ଏହି ଗଞ୍ଜେଇ ଟ୍ରାକ୍ଟରରେ ଆସୁଥିଲା ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍