April 20, 2025

ଛତ୍ରପୁର ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

 

ଗଞ୍ଜାମ: ଗଞ୍ଜାମ ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତା ଓ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଓ ମଲାଡ଼ ପଞ୍ଚାୟତର କାଠଗଡା ଏବଂ ପାଳିବନ୍ଧ ପଞ୍ଚାୟତର ପୋଡାମପେଟା ଓଡ଼ିଆରପି କଲୋନୀ ଠାରେ ପୃଥକ ପୃଥକ ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ସେଠି ମଧ୍ୟରେ ସନ୍ତୋଷପୁର ଠାରେ ଏସଏସ୩୧(୨) (କୁଶପଲ୍ଲୀ) ଠାରୁ ବରୋଦା ଭାୟା ମଲାଡ଼ ୪.୧୧୦ କିଲୋମିଟର ଦୂରତା ବିଶିଷ୍ଟ ରାସ୍ତା ପାଇଁ ୨ କୋଟି ୧୭ ଲକ୍ଷ, କାଠଗଡାର ପିଡ଼ବ୍ଲ୍ୟୁଡି ରୋଡ଼ ସାନ ଗୋପାଳପୁର ଭାୟା ଲାଉପୁଟ ୫.୯୦ କିଲୋମିଟର ରାସ୍ତାକୁ ୩ କୋଟି ୬୧ ଲକ୍ଷ, ମୟୁରପଦା ଠାରୁ ପୋଡାମ ପେଟା ମଧ୍ୟରେ ସାହେବ କେନାଲ ଉପରେ ଏକ ସେତୁ ୧ କୋଟି ୧୭ ଲକ୍ଷ, ୧୬ ନମ୍ବର ଜାତୀୟ ରାଜପଥ ଠାରୁ ପ୍ରୟାଗୀ ଭାୟା ଗୋଖରକୁଦା ରାସ୍ତା ୩.୫ କିଲୋମିଟର ରାସ୍ତାକୁ ୧ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡିକ ନିର୍ମାଣ କରାଯିବା ପାଇଁ ବ୍ୟୟବରାଦ ହୋଇଛି ବୋଲି ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପରବର୍ତ୍ତୀ ସମୟରେ ନିଳାଦ୍ରୀପୁର ଗ୍ରାମ ନିକଟରେ ସାହେବ କେନାଲ ଉପରେ ଏକ ସେତୁ ନିର୍ମାଣ କରାଯିବ ବୋଲି ବିଧାୟକ ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ଜେନା, କନିଷ୍ଟ ଯନ୍ତ୍ରୀ ସଚ୍ଚିକାନ୍ତ ଦାଶ, ସନ୍ତୋଷୀ ମହାପାତ୍ର ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ସହ ସରପଞ୍ଚ ଡି.ନିରଞ୍ଜନ ରେଡି, ପ୍ରଭାତ ସେଠି, ଚନ୍ଦ୍ରମୋହନ ସାହୁ, ସମିତି ସଭ୍ୟ ସୁରଥ ପାହାନ, କୈଳାଶ ସ୍ୱାଇଁ, ଛାୟା କାନ୍ତ ପ୍ରଧାନ, ପୂର୍ବତନ ବ୍ଲକ ଅଧକ୍ଷ ରଘୁନାଥ ସାହୁ, ବାନାମ୍ବର ପଲାଇ, ରଂଜିତ ପଲାଇ, ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଓ ବିଜେଡି ନେତୃବୃନ୍ଦ ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

 

Spread the love