
ସୁବର୍ଣ୍ଣପୁର: ହସ୍ତସନ୍ତ କାରିଗର ରାଜେଶ ମେହର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ। ବାନ୍ଧ କଳାର କାରିଗରୀ ଏଥିରେ ବେଶ ବାରି ହୋଇ ପଡୁଛି। ମାଆକୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ଏହି ଶାଢୀ। ୧୩ଟି ଭାଷାରେ ଶାଢୀରେ ମାଆ ବୋଲି ଲେଖାଯାଇଛି। ପୂର୍ବରୁ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଲାଗି ଶାଢୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ କାରିଗର ରାଜେଶ। ବଲିଉଡର ଅଭିନେତ୍ରୀ ବିଦ୍ୟା ବାଲନଙ୍କ ପାଇଁ ମଧ୍ୟ ସେ ପ୍ରସ୍ତୁତ କରିଥିଲେ ଗଣିତ ସୂତ୍ରର ଶାଢୀ।
କିଛି ନୂଆ କରି ଦେଖାଇବା ପାଇଁ ନୂତନ ପରିକଳ୍ପନା କରିଥିଲେ ହସ୍ତତନ୍ତ ଶିଳ୍ପୀ ରାଜେଶ ମେହେର। ଏଣୁ ମାଆଙ୍କୁ ସମର୍ପିତ କରି ଭିନ୍ନ ଢଙ୍ଗରେ ଶାଢୀ ତିଆରି କରିବାକୁ ଯୋଜନା ହେଲା ପ୍ରଥମେ ଗ୍ରାଫ ଓ ପରେ ବାନ୍ଧ କରାଯାଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍