
ବାରିପଦା ୪।୭: ସଭ୍ୟ ସମାଜରେ ମଣିଷ ମାନବିକତା ହରାଇଛି । ଯାହାର ଲଜ୍ଜାଜନକ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧିନସ୍ଥ କୋଷ୍ଠା ଜଙ୍ଗଲରେ। କେହି ଜଣେ ନବଜାତ ଶିଶୁପୁତ୍ରକୁ ଜଙ୍ଗଲ ମଝିରେ ଏକ ବୁଦା ମୂଳରେ ଫିଙ୍ଗି ଦେଇଛନ୍ତି । ସ୍ଥାନୀୟ ଲୋକେ ଶିଶୁଟିକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ପାଖରେ ଏକ ବ୍ୟାଗରେ ଜନ୍ମବେଳେ ବ୍ୟବହୃତ କିଛି ସାମଗ୍ରୀ ଓ ବର୍ଜ୍ୟବସ୍ତୁ ପଡିରହିଥିଲା।
କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁଟିକୁ ଏଭଳି ସେଠାରେ ଫୋପାଡି ଦେଇଯାଇଛି ତାର କୌଣସି ଖବର କାହା ପାଖରେ ନାହିଁ । ଏଭଳି କି ନିକଟସ୍ଥ କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଏବାବଦରେ କୌଣସି ପଞ୍ଜିକରଣ ତଥ୍ୟ ମିଳିନାହିଁ । ସ୍ଥାନୀୟ ଲୋକେ ଶୁଳିଆପଦା ଥାନାକୁ ଖବର ଦେବାପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍