July 12, 2025

ଜମିବାଡିକୁ ନେଇ ସଂଘର୍ଷ, ୨ ପରିବାରର ୬ ଜଣ ଆହତ

 

ମାର୍ଶାଘାଇ ୬।୯: ଜମିବାଡ଼ିକୁ ନେଇ ୨ ପରିବାର ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ରବିବାର ରାତିରେ ଉଗ୍ରରୂପ ନେଇଛି । ଦୁଇ ପରିବାରର ଆକ୍ରମଣ ଓ ପ୍ରତି ଆକ୍ରମଣରେ ୬ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ସାନଗାଁର ।

ଭଜମନ ବେହେରା ଏବଂ ଅଭୟ କୁମାର ବେହେରାଙ୍କ ପରିବାର ମଧ୍ୟରେ ଅନେକ ଦିନରୁ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ଲାଗିରହିଥିଲା । ରବିବାର ରାତିରେ ତାହା ଉଗ୍ରରୂପ ନେଇଛି । ଭଜମନ ବେହେରାଙ୍କ ପରିବାର ପକ୍ଷରୁ ହୋଇଥିବା ଆକ୍ରମଣରେ ଅଭୟ କୁମାର ବେହେରାଙ୍କ ପରିବାରର ୪ ଜଣ ଆହତ ହୋଇ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ପ୍ରତି ଆକ୍ରମଣରେ ଭଜମନ ବେହେରାଙ୍କ ପରିବାରର ଦୁଇ ଜଣ ଆହତ ହୋଇ ମାର୍ଶାଘାଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଉଭୟ ପକ୍ଷରୁ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ମାର୍ଶାଘାଇ ପୋଲିସ ତଦନ୍ତ ଜାରି ରଖିଛି ।

Spread the love