
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ବଡ଼ ଘୋଷଣା କରିଛନ୍ତି। ଆଜାଦ କହିଛନ୍ତି ଯେ, ସେ ଜମ୍ମୁ କାଶ୍ମୀର ଫେରିବେ ଓ ନିଜର ଦଳ ଗଠନ କରିବେ। ବିଜେପିରେ ଯୋଗଦେବା ଖବରକୁ ମଧ୍ୟ ଆଜାଦ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ମୋର ବିରୋଧୀମାନେ ଗତ ୩ ବର୍ଷ ଧରି କହୁଛନ୍ତି ଯେ ମୁଁ ବିଜେପିକୁ ଯାଉଛି। ଏପରିକି ସେ ମୋତେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ମଧ୍ୟ କରି ଦେଇଥିଲେ।
ଆଜାଦ କହିଛନ୍ତି, ସେ ନୂଆ ଦଳ ଗଢିବେ। ଏଥିସହ ସେ ପୁଣି ଥରେ ଜାତୀୟ ରାଜନୀତିରୁ ଜମ୍ମୁ କାଶ୍ମୀର ରାଜନୀତିକୁ ଫେରିବା ସଙ୍କେତ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ମୁଁ ଜମ୍ମୁ ଯିବି, କାଶ୍ମୀର ମଧ୍ୟ ଯିବି। ଆମେ ଜମ୍ମୁ କାଶ୍ମୀରରେ ଆମର ଦଳ ଗଠନ କରିବୁ। ଏହାପରେ ଆମେ ଜାତୀୟ ସ୍ତରରେ ମଧ୍ୟ ଦେଖିବୁ। ବିଜେପିରେ ଯୋଗଦେବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୋ ବିରୋଧୀମାନେ ତିନି ବର୍ଷ ଧରି ଏହି କଥା କହୁଛନ୍ତି। ସେମାନେ ମୋତେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ମଧ୍ୟ କରି ଦେଇଥିଲେ।
ବିଜେପି ରାଜ୍ୟ ସଭାପତିଙ୍କ ବୟାନ ଉପରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ସବୁ ଦଳ ସହ ମୋର ଭଲ ସମ୍ପର୍କ ରହିଛି। ମୁଁ କେବେ କାହାକୁ ଦୁର୍ବ୍ୟବହାର କରିନାହିଁ। ମୁଁ ସବୁ ଦଳକୁ ସମ୍ମାନ କରେ। ସେଥିପାଇଁ ମୋ ପ୍ରତି ସବୁ ଦଳର ସମ୍ମାନ ଭାବନା ରହିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍