September 19, 2024

Satya News

odia news channel

ଜାମ୍ମୁ କାଶ୍ମୀରରେ କଂଗ୍ରେସକୁ ଝଟକା, ଗୁମାଲ ନବୀ ଆଜାଦଙ୍କ ସମର୍ଥନରେ ଦଳ ଛାଡିଲେ ୫ ପୂର୍ବତନ ବିଧାୟକ

 

ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଜାମ୍ମୁ କାଶ୍ମୀର ରାଜନୀତିରୁ ଗୋଟିଏ ପରେ ଗୋଟିଏ ବଡ଼ ଖବର ସାମନାକୁ ଆସୁଛି । ଜାମ୍ମୁ କାଶ୍ମୀରର ପାଞ୍ଚ ଜଣ ପୂର୍ବତନ ବିଧାୟକ କଂଗ୍ରେସର ହାତ ଛାଡିଛନ୍ତି । ୨୦୧୪ରେ ସମସ୍ତେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ ।

ଜିଏମ ସରୁରୀ, ହାଜୀ ଅବଦୁଲ ରାଶିଜ, ମହମ୍ମଦ ଅମୀନ ଭଟ୍ଟ, ଗୁଲଜାର ଅହମଦ ୱାନୀ ଏବଂ ଚୌଧୁରୀ ମହମ୍ମଦ ଅକରମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ଗୁଲାମ ନବୀ ଆଜାଦଙ୍କୁ ନିଜର ସମର୍ଥନ ଜଣାଇଛନ୍ତି । ଏହି ପାଞ୍ଚ ବିଧାୟକ ଏବଂ ମନ୍ତ୍ରୀ ସହ ପୂର୍ବତନ ମନ୍ତ୍ରୀ ଆର ଏସ ଚିବ, ପୂର୍ବତନ ମନ୍ତ୍ରୀ ଜୁଗଳ କିଶୋର ଶର୍ମା ଏବଂ ମହାସଚିବ ଅଶ୍ୱିନୀ ହାଣ୍ଡା ମଧ୍ୟ ଇସ୍ତଫା ଦେଇଛନ୍ତି ।

ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସକୁ ଛାଡିଥିଲେ । ସେ ଦଳର ସମସ୍ତ ପଦ ଏବଂ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଏହାପରେ ଜାମ୍ମୁ କାଶ୍ମୀରରେ ଗୁଲାମ ନବୀ ଆଜାଦ ନିଜର ଏକ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ । ଗତ କିଛି ଦିନ ଧରି ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ସେ କଂଗ୍ରେସ ଛାଡିଛନ୍ତି।

Spread the love