ଭୁବନେଶ୍ୱର: ଜୁନ୍ ସରିବାକୁ ଆଉ ୨ ଦିନ ବାକି। ଜୁନ୍ ୩୦ ପରେ ରାଜ୍ୟରୁ କରୋନା କଟକଣା ହଟିବ କି ? ଏହାକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ। ହେଲେ କରୋନା ସ୍ଥିତିକୁ ନେଇ ଆଶା ଜନକ ଫଳ ଦିଶୁନି। ଏବେ ବି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଉପରେ ରହିଛି। ଏପରି ସ୍ଥିତିରେ ଲକ୍ଡାଉନ ହଟିବ ନା କୋହଳ ହେବ ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।
ସେ କହିଛନ୍ତି, ଡେଲଟା ପ୍ଲସ ସମ୍ପର୍କରେ ଦେବଗଡ଼ ଯାଇଥିବା ଟିମ ଆସିଲା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବାବଦରେ ସ୍ପଷ୍ଟ ଚିତ୍ର ଜଣାପଡିଛି । ଦେବଗଡ଼ର ଡେଲ୍ଟା ପ୍ଲସ ଚିହ୍ନଟ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ସଂପୃକ୍ତ ବ୍ୟକ୍ତି ଏପ୍ରିଲରେ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଡେଲ୍ଟା ପ୍ଲସ କି ନାହିଁ ତଦନ୍ତ ଚାଲିଛି। ଦେବଗଡ଼ରେ ଟିପିଆର୍ କମ୍ ଓ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍। ତେଣୁ ସଂପୃକ୍ତ ବ୍ୟକ୍ତି କାହାରିକୁ ସଂକ୍ରମିତ କରିଥିବେ ବୋଲି କହିହେଉ ନାହିଁ।
ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଅଧିକ ସଂକ୍ରମଣ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ କରାଯାଉଛି ବୋଲି ଡିଏମଇଟି କହିଛନ୍ତି ।
ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ବର୍ତ୍ତମାନ ସଂକ୍ରମଣ ଆହୁରି କମିବା କଥା। କାହିଁକି କମୁନି ବିଚାର ଚାଲିଛି। କେଉଁ ଜିଲ୍ଲାରେ ସ୍ଥିତି କେମିତି ତାକୁ ଦେଖି କଟକଣା ନିଷ୍ପତ୍ତି ନିଆଯିବ।
୪ରୁ ୫ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି, ସଚେତନ ହେଲେ ରୋକିପାରିବା ସେ କହିଛନ୍ତି, ୪ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଟିକାକରଣ ଅଧିକ କରି ଟ୍ରାନ୍ସମିସନ ଚେନ୍ ବ୍ରେକ କରିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି