August 23, 2025

ଜୁଲାଇରେ ୨୩ ଲକ୍ଷ ଆକାଉଣ୍ଟ ବନ୍ଦ କରିଛି ହ୍ବାଟସ୍‌ଆପ୍‌

 

ନୂଆଦିଲ୍ଲୀ : ଗତ ଜୁଲାଇରେ ସାମାଜିକ ଗଣମାଧ୍ୟମ ହ୍ବାଟସ୍‌ଆପ୍‌ ଭାରତରେ ୨୩ ଲକ୍ଷ ଆକାଉଣ୍ଟକୁ ବନ୍ଦ କରି ଦେଇଥିବା ଜଣାପଡ଼ିଛି । ଏ ସଂପର୍କରେ ହ୍ବାଟସଆପ୍‌ ତରଫରୁ ଦର୍ଶାଯାଇଛି ଯେ ବନ୍ଦ କରାଯାଇଥିବା ଆକାଉଣ୍ଟକୁ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀ ଯେଉଁ ସବୁ ବାର୍ତ୍ତା ପଠାଉଥିଲେ ତାହାକୁ ନେଇ ଅନ୍ୟମାନେ ଅଭିଯୋଗ କରିଥିଲେ । ଏହି ବ୍ୟକ୍ତି କିମ୍ବା ଗୋଷ୍ଠୀ ତରଫରୁ ବିଭିନ୍ନ ପ୍ରସଙ୍ଗରେ ମିଥ୍ୟା ପ୍ରଚାର, ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ସହ ବିଦ୍ଵେ‌ଷ ସୃଷ୍ଟିକାରୀ ମନ୍ତବ୍ୟ ପ୍ରଦାନ ଭଳି ଅଭିଯୋଗ ଆସିବା ପରେ ହ୍ବାଟସ୍‌ଆପ ତରଫରୁ ସେଗୁଡ଼ିକର ତର୍ଜମା କରାଯିବା ସହ ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିବାରୁ ୨୩ ଲକ୍ଷ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି । ବ୍ୟବହାରୀଙ୍କ ମନ୍ତବ୍ୟ ଭାରତୀୟ ଆଇନ ଓ ହ୍ବାଟସ୍‌ଆପ୍‌ର ନିୟମକୁ ଉଲ୍ଲଙ୍ଘନ କରୁଥିବାରୁ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଆହୁରି ଅନେକ ଆକାଉଣ୍ଟଧାରୀଙ୍କୁ ନୋଟିସ୍‌ ଜାରି କରାଯାଇଥିବା ହ୍ବାଟସ୍‌ଆପ୍‌ ତରଫରୁ ସୂଚନା ଦିଆଯାଇଛି।

Spread the love