August 20, 2025

ଝାରସୁଗୁଡ଼ାରେ ମୁଖ୍ୟ ଶାସନ ସଚିବ; ବୁଲିଲେ ହାର୍ଟ ହସ୍ପିଟାଲ

 

ଝାରସୁଗୁଡ଼ା: ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି । ସକାଳୁ ଝାରସୁଗୁଡ଼ା ସହରର ବାଲିଜୁରି ସ୍ଥିତ ହାର୍ଟ ହସ୍ପିଟାଲ ପରିଦର୍ଶନ କରିଥିଲେ।

ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ।

ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ଏବଂ ଘରକୁ ଜଳ ଯୋଗାଣ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି ।

ଜିଲ୍ଲାବାସୀଙ୍କ ସ୍ବପ୍ନ ହାର୍ଟ ହସ୍ପିଟାଲ ପରିଦର୍ଶନ କରିବା ପରେ କଟାପାଲି ସ୍ଥିତ ମେଗା ଉଠା ଜଳସେଚନ ପ୍ରକଳ୍ପ ଓ ଜଳ ବିଷୋଧନାଗାର ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଥିଲେ ।

ଚାଷୀମାନେ କିଭଳି ଜିଲ୍ଲାରେ ଥିବା ୧୧ଟି ଉଠା ଜଳସେଚନ ପ୍ରକଳ୍ପର ସୁବିଧା ପାଇବେ ତାହା ଆଲୋଚନା କରାଯାଇଥିଲା ।

Spread the love