ଭଞ୍ଜନଗର: ଗଂଜାମ-କନ୍ଧମାଳ ସୀମାନ୍ତରେ ଥିବା ତାରାସିଂ ଥାନା ଅନ୍ତର୍ଗତ ଲାଣ୍ଡିକୁସୁମ ଠାରେ ଏକ ଡକାୟତ ଦଳ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଡକାୟତ ଗୁରୁତର ଭାବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ସୂଚନା ମିଳିଛି। ସେହି ଡକାୟତ ଜଣଙ୍କ ନିକଟରେ ଗୋଟିଏ ପିସ୍ତଲ ପଡି ରହିଛି। ନିକଟସ୍ଥ ବଦାଙ୍ଗି ଗ୍ରାମବାସୀ ଡକାୟତ ମାନେ ବ୍ୟବହାର କରୁଥିବା ୨ଟି ବାଇକ ଜବତ କରିଥିବା ସୂଚନା ମିଳିଛି।
ଘଟଣାରୁ ଜଣାପଡିଛି ଯେ, ଶନିବାର ବିଳମ୍ବିତ ରାତିରେ ୮ରୁ ୧୦ ଜଣ ଡକାୟତ କୌଣସି ଏକ ସ୍ଥାନରେ ବଡ ଧରଣର ଅଘଟଣ ଘଟାଇବା ନିମନ୍ତେ ଗଂଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତ ଲାଣ୍ଡି କୁସୁମ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଗଛରେ ବିଦ୍ୟୁତ ତାର ବାନ୍ଧି ରଖିଥିଲେ। ସେହି ସମୟରେ ଗଂଜାମରୁ କନ୍ଧମାଳ ଯାଉଥିବା ଏକ କୁକୁଡ଼ା ବୋଝେଇ ଗାଡି ଦଶପଲ୍ଲା ରାସ୍ତାରେ ଯିବାକୁ ଉଦ୍ୟମ କରିବା ବେଳେ ଦୂରରୁ ବିଦ୍ୟୁତ ତାର ବନ୍ଧାଯାଇ ରାସ୍ତା ଅବରୋଧ କରାଯାଇଥିବା ଜାଣିପାରିବାରୁ, ସେହି ଗାଡିର ଚାଳକ ବଦାଙ୍ଗି ଗ୍ରାମକୁ ଆସି ଖବର ଦେଇଥିଲେ। ପରେ ଗ୍ରାମର ବହୁ ସଂଖ୍ୟକ ଯୁବକ ଘଟଣାସ୍ଥଳରେ ପହଂଚିଥିଲେ। ତେବେ ଏଥିରେ ଭୟଭୀତ ହୋଇ ଜଣେ ଡକାୟତର ବନ୍ଧୁକରୁ ଗୁଳି ଫୁଟି ଅନ୍ୟ ଜଣେ ଡକାୟତ ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।
ଆହତ ଡକାୟତର ପରିଚୟ ମିଳିପାରିନଥିବା ବେଳେ ଗ୍ରାମବାସୀ ତାରସିଂ ଥାନା ଓ ଚକାପାଦ ଥାନାକୁ ଏ ସମ୍ପର୍କରେ ଜଣାଇ ଥିବା ବେଳେ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଂଚି ନଥିବା ଜଣାପଡିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍