
ମଧୁମେହକୁ କଣ୍ଟ୍ରୋଲ କରୁଛି ପଣସ ଅଟା। ଏପରି କିଛି ତଥ୍ୟ କେରଳର ଜଣେ ବିଶେଷଜ୍ଞ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି। କିପରି ଏହି ଅଟାକୁ ବ୍ୟବହାର କରି ମଧୁମେହ ଭଳି ରୋଗକୁ କଣ୍ଟ୍ରୋଲ କରିହେବ ସେ ନେଇ ସେ ବୁଝାଇଛନ୍ତି। ଏହି ତଥ୍ୟ ଜଣା ପଡ଼ିବା ପରେ ପଣସ ପାଇଁ ପ୍ରସିଦ୍ଧି ଲାଭ କରିଥିବା କୋରାପୁଟ ଜିଲ୍ଲାରେ ସୃଷ୍ଟି ହୋଇଛି ନୂଆ ସମ୍ଭାବନା।
ପଣସ ମଞ୍ଜିରୁ ପ୍ରସ୍ତୁତ ହେଉଛି ଅଟା। ଏହି ଅଟା ମଧୁମେହ ରୋଗୀଙ୍କ ପାଇଁ ସଞ୍ଜୀବନୀ ଭଳି କାମ କରୁଛି । ଜଣେ ବିଶେଷଜ୍ଞ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ତଥ୍ୟ ଦେବା ସହ ତାହାକୁ ବ୍ୟାଖ୍ୟା କରିଛନ୍ତି ।
ଜଙ୍ଗଲ ଘେରା କୋରାପୁଟ ଜିଲାର ପ୍ରତ୍ୟେକ ବ୍ଲକରେ ପ୍ରଚୁର ପଣସ ଉତ୍ପାଦନ ହେଉଛି। ତଥ୍ୟ ଅନୁସାରେ ବର୍ଷକୁ ପ୍ରାୟ ୧୩ ହଜାର ୭୬୪ ମେଟ୍ରିକ ଟନ ପଣସ ଜିଲ୍ଲାରେ ଉତ୍ପାଦିତ ହେଉଛି । ଅଗଷ୍ଟ ମାସ ପର୍ଯ୍ୟନ୍ତ ବଜାରରେ ପଣସ ମିଳିଥାଏ । ମଣିଷ ଓ ପଶୁଙ୍କ ପାଇଁ ବିବିଧ ପୁଷ୍ଟିସାର ଯୁକ୍ତ ଆହାର ହେଉଛି ପଣସ। ଏଠିକାର ଲୋକେ ଏହା ଉପରେ ଅଧିକ ର୍ନିଭରଶୀଳ । ପଣସ ଚିପ୍ସ ପରି ପଣସ ଅଟାକୁ ପ୍ରୋତ୍ସାହନ ଦେବାରେ କିଛି ଅସୁବିଧା ନାହିଁ ବୋଲି ଈଶ୍ୱର ପାଣିଗ୍ରାହୀ କହିଛନ୍ତି
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍