September 8, 2024

Satya News

odia news channel

ଡାକ୍ତରଖାନାରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ; ମନି ଲଣ୍ଡରିଙ୍ଗ ମାମଲାରେ ଜୁନ୍‌ ୨୩ ରେ ଇଡିରେ ହୋଇପାରେ ପଚରାଉଚୁରା

 

ନୂଆଦିଲ୍ଲୀ ୨୦/୦୬ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଯାଇଛି। ସେ କୋଭିଡ୍‌ ସମ୍ୱନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସାର୍‌ ଗଙ୍ଗାରାମ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୭୫ ବର୍ଷୀୟା ସୋନିଆ ଗାନ୍ଧୀ ଜୁନ୍‌ ୨ ରେ କରୋନା ସଂକ୍ରମିତ ହୋଇଥିଲେ। କୋଭିଡ୍‌ ପରବର୍ତ୍ତି ସ୍ୱାସ୍ଥ୍ୟ ସମସ୍ୟା ହେବାରୁ ତାଙ୍କୁ ଜୁନ୍‌ ୧୨ରେ ସାର୍‌ ଗଙ୍ଗା ରାମ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

କଂଗ୍ରେସ୍‌ ମହାସଚିବ ଜୟରାମ୍‌ ରମେଶ ଟୁଇଟ୍ କରି କହିଛନ୍ତି ‘‘କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାର୍‌ ଗଙ୍ଗାରାମ୍‌ ଡାକ୍ତରଖାନାରୁ ଛୁଟି ମିଳିଯାଇଛ ଓ ତାଙ୍କୁ ଏବେ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି’’। ସୂଚନାଥାଉକି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନ୍ୟାସନାସ ହେରାଲ୍ଡ ସମ୍ୱନ୍ଧୀୟ ଏକ ମନି ଲଣ୍ଡରିଙ୍ଗ ମାମଲାରେ ସୋନିଆ ଗାନ୍ଧୀଙ୍କୁ ନୋଟିସ୍‌ ଜାରି କରି ଜୁନ୍‌ ୨୩ରେ ପଚରାଚଉଚୁରା ପାଇଁ ହାଜର ହେବାକୁ କହିଛି। କିନ୍ତୁ ସୋନିଆଙ୍କୁ ଏବେ ଡାକ୍ତର ବିଶ୍ରାମ ନେବା ପାଇଁ କହିଛନ୍ତି। ସେଥିପାଇଁ ଇଡି ସାମ୍ନାରେ ପଚରାଉଚୁରା ପାଇଁ ସୋନିଆ ଗାନ୍ଧୀଙ୍କ ଉପସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଇଡି ସାମ୍ନାରେ ଜୁନ୍‌ ୮ରେ ହାଜର ହେବାପାଇଁ କୁହାଯାଇଥିଲା। କିନ୍ତୁ କରୋନା କାରଣରୁ ସେ ଇଡି ସାମ୍ନାରେ ହାଜର ହେବା ପାଇଁ ନୂଆ ତାରିଖ ଦେବା ପାଇଁ କହିଥିଲେ। ତଦନ୍ତ ଏଜେନ୍ସି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୂର୍ବରୁ ପଚରାଉଚୁରା ଜାରି ରଖିଛି। ସେ ଏବେ ସୋମବାର ଇଡି ସାମ୍ନାରେ ହାଜର ହୋଇଥିଲେ।

Spread the love