December 26, 2025

ଡାହାଣୀ ସନ୍ଦେହରେ ଖଣ୍ଡାରେ ଆକ୍ରମଣ, ବୃଦ୍ଧା ଗୁରୁତର

 

ରାଇରଙ୍ଗପୁର ୧୨।୭: ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଖଣ୍ଡାରେ ଆକ୍ରମଣ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ତେନ୍ଦ୍ରା ଗ୍ରାମର ଢ଼ିପାସାହିରେ ।

ସୂଚନାଯୋଗ୍ୟ ଯେ, ତେନ୍ଦ୍ରା ଗ୍ରାମର ବର୍ଜୁ ତିରିଆର ଦୁଇ ଯାଆଁଳା ସନ୍ତାନଙ୍କର କିଛି ଦିନ ତଳେ ମୃତ୍ୟୁ ହୋଇଥିଲା । ତେବେ ବର୍ଜୁ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ଯେ ସେଇ ସାହିର ପାଲ ସିଙ୍କୁ ନାମକ ମହିଳା ଗୁଣି ଗାରେଡି କରି ଛୁଆମାନଙ୍କୁ ମାରିଦେଇଛି। ଫଳରେ ରବିବାର ରାତି ପ୍ରାୟ ୮ଟା ବେଳକୁ ପାଲକୁ ବର୍ଜୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ପାଲକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଳମ୍ବିତ ରାତିରେ ବାରିପଦା ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ବର୍ଜୁକୁ ପୋଲିସ ଗିରଫ କରି ତଦନ୍ତ କରୁଛି।

Spread the love