
ବ୍ରହ୍ମପୁର: ବ୍ରହ୍ମପୁର ସହରର ଫାଷ୍ଟଗେଟ ଛକରେ ଦୁର୍ଘଟଣା । ଗତକାଲି ବଳମ୍ବିତ ରାତିରେ ଆସିକା ପଟୁ ଆସୁଥିବା ଏକ ଟୁରିଷ୍ଟ ବସ ରାସ୍ତା ମଝିରେ ଥିବା ଡିଭାଇଡରକୁ ଧକ୍କା ଦେବା ପରେ ଏକ ପିକଅପ ଭ୍ୟାନ ଉପରେ ଚଢ଼ିଯାଇଥିଲା । ପରେ ଘଟଣାସ୍ଥଳରୁ ଟୁରିଷ୍ଟ ବସର କର୍ମଚାରୀ ଫେରାର ହୋଇଯାଇଥିଲେ । ଖବର ପାଇ ବ୍ରହ୍ମପୁର ଟ୍ରାଫିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସୂଚନା ମୁତାବକ, ହେମା ନାମକ ଟୁରିଷ୍ଟ ବସ ଗତକାଲି ରାତିରେ ଆସିକା ଆଡୁ ବ୍ରହ୍ମପୁର ସହରକୁ ଆସୁଥିଲା । ହେଲେ ଫାଷ୍ଟଗେଟ ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା । ପରେ ବସଟି ରାସ୍ତାର ଅପରପାର୍ଶ୍ଵରେ ଛିଡା ହୋଇଥିବା ପିକଅପ ଭ୍ୟାନ ଉପରେ ଚଢ଼ି ଯାଇଥିଲା । ଫଳରେ ଦୁର୍ଘଟଣାରେ ଭ୍ୟାନଟିର ସମ୍ମୁଖ ଭାଗଟି ନଷ୍ଟ ହୋଇଯାଇଛି । ହେଲେ ସୌଭାଗ୍ୟ ବସତଃ ଦୁର୍ଘଣାରେ କାହାରି କିଛି କ୍ଷତି ହୋଇନାହିଁ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍