July 12, 2025

ତାଳଚେରରେ ଆଉ ୨ କୋଇଲା ବିଶୋଧନ ପ୍ରକଳ୍ପ, ଖର୍ଚ୍ଚ ହେବ ୮ଶହ କୋଟିରୁ ଅଧିକ

 

ଅନୁଗୁଳ : ତାଳଚେରରେ ଆଉ ଦୁଇଟି ନୂତନ କୋଇଲା ବିଶୋଧନ ପ୍ରକଳ୍ପ ନିର୍ମିତ ହେବ। କେନ୍ଦ୍ର କୋଇଲା ମନ୍ତ୍ରାଳୟ ଦେଶରେ ୧୨ଟି କୋଇଲା ବିଶୋଧନ ପ୍ରକଳ୍ପ (କୋଲ୍ ୱାସେରି) ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିବାବେଳେ ସେଥିରୁ ଓଡ଼ିଶା ଭାଗରେ ୩ଟି ପଡ଼ିଛି। ଏଥିରୁ କେବଳ ତାଳଚେରରେ ଦୁଇଟି ହେବ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ପ୍ରକଳ୍ପର କ୍ଷମତା ବାର୍ଷିକ ୧୦ ନିୟୁତ ଟନ୍ ରହିବ। ତାଳଚେରର ହିଙ୍ଗୁଳା ଓ ଜଗନ୍ନାଥ କ୍ଷେତ୍ରରେ ଏହି ଦୁଇ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ହୋଇଥିଲାବେଳେ ଅନ୍ୟଟି ପଶ୍ଚିମ ଓଡ଼ିଶାର ଇବ୍‌ ଉପତ୍ୟକା ଅଂଚଳରେ ସ୍ଥାପିତ ହେବ। ପ୍ରତି ପ୍ରକଳ୍ପରେ ପାଖାପାଖି ୪୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ ବୋଲି ସୂଚନା ମିଳିଛି।

Spread the love