
ଭୁବନେଶ୍ୱର ୦୯।୦୮: ରାଜ୍ୟରେ ବର୍ତ୍ତମାନ ମୋଟ ୧ କୋଟି ୭୮ ଲକ୍ଷ ଟୀକାକରଣ ସରିଛି । ପ୍ରଥମ ଡୋଜ ୧ କୋଟି ୩୭ ଲକ୍ଷ ଓ ଦ୍ୱିତୀୟ ଡୋଜ ୪୧ ଲକ୍ଷ କୋକ ନେଇଛନ୍ତି। ୪୦ ପ୍ରତିଶତ ପ୍ରଥମ ଡୋଜ, ସାଢ଼େ ୩ ଲକ୍ଷ ଟାର୍ଗେଟ ଥିଲା। ଏବେ ଯାଏଁ ୨ ଲକ୍ଷ ଟୀକାକରଣ ହୋଇଛି। କୋଭାକ୍ସିଂନ କମ ଅଛି। ସାମାନ୍ୟ ଅସୁବିଧା ହୋଇଛି। ଟୀକା ଆସିଲେ ସମସ୍ୟା ଦୂର ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଗର୍ଭବତୀ ମହିଳାଙ୍କର ଟୀକାକରଣ ଚାଲିଛି । ୫୭ ହଜାର ଜଣଙ୍କୁ ଟୀକା ଦିଆଯାଇଛି। ୧୩୫୩ କେନ୍ଦ୍ରରେ ଟୀକାକରଣ ହେଉଛି।ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଅଧିକ ରୁ ଅଧିକ ଟୀକାକରଣ ପାଇଁ ଯୋଜନା କରାଯାଇଛି। ଟୀକାକରଣରେ ପ୍ରଥମେ ସହରାଞ୍ଚଳକୁ ଫୋକସ କରାଯାଉଥିବା ବେଳେ ୮୦ ପ୍ରତିଶତ ସରିଲାଣି। ଏବେ ଗ୍ରାମାଞ୍ଚଳକୁ ଫୋକସ କରାଯାଉଛି।
ତୃତୀୟ ଲହର ଏତେ ପ୍ରଭାବିତ ହେବନି ବୋଲି ଆଶା କରାଯାଉଛି। ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା କରି ପ୍ରସ୍ତୁତି କରାଯାଉଛି। ସରଞ୍ଜାମ, ମାନବ ସମ୍ବଳ , ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି। ଆଜିଠୁ ଶିଶୁଙ୍କ ଚିକିତ୍ସା ନେଇ ତାଲିମ ଆରମ୍ଭ ହୋଇଛି। ଅଗଧାଡ଼ିର ଯୋଦ୍ଧା, ଅଙ୍ଗନବାଡି, ଆଶା ଦିନି ମାନଙ୍କର ତାଲିମ ଶେଷ ହୋଇଛି। ଆଜିଠୁ ହସ୍ପିଟାଲ ଫେସିଇଟିରେ ଯେଉଁମାନେ ସଂଶ୍ଲିଷ୍ଟ ରହିବେ ସେମାନଙ୍କୁ ୬ ଟା ବ୍ୟାଚରେ ତାଲିମ ଆରମ୍ଭ ହୋଇଛି। ଆଗକୁ ଶିଶୁ ମାନେ ଯଦି ସଂକ୍ରମିତ ହୁଅନ୍ତି , ତେବେ ସେମାନେ କିପରି ସଠିକ ଚିକିତ୍ସା ପାଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଟୀକା ମିକ୍ସ ନେଇ କିଛି ସୁପାରିଶ ଆସିନି। ବୈଜ୍ଞାନିକ ସମ୍ମତ ହେବା ପରେ ସୁପାରିଶ ଆସିଲେ ଚିନ୍ତା କରାଯିବ।
ସେହିପରି ଟୀକା ସାର୍ଟିଫିକେଟ ଡାଉନଲୋଡ଼ ନେଇ କେନ୍ଦ୍ର ସରକାରଙ୍କ ପକ୍ଷେରୁ ହେଲ୍ପ ଡେସ୍କ ଜାରି କରାଯାଇଛି। ୯୦୧୩୧୫୧୫୧୫ ନମ୍ବରକୁ କୁ ଆଡ଼ କରି ସାର୍ଟିଫିକେଟ ଡାଉନଲୋଡ଼ କରିପାରିବେ। ହ୍ଵାଟ୍ସଆପ ନମ୍ବରରୁ ଟୀକାକରଣ ସାର୍ଟିଫିକେଟ ଡାଉନଲୋଡ଼ କରିହେବ। ଅନ୍ୟ ସୂଚନା ମଧ୍ୟ ପାଇପାରିବେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍