July 1, 2025

ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ଜନ ସ୍ବାସ୍ଥ୍ୟ ନିର୍ଦେଶକ

 

ଭୁବନେଶ୍ବର : ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ, ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି ଜନ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ଅଧିକ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର କହିଛନ୍ତି। କୋଭିଡ ନିୟମ ଅନୁଯାୟୀ ବିଦେଶଗତଙ୍କର ସର୍ଭେଲାନ୍ସ ଚାଲିଛି, ଦ୍ଵିତୀୟ ଲହରରେ ଯେଉଁ ଚିକିତ୍ସା ଥିଲା,  ତାହା ଏବେ ମଧ୍ୟ ରହିଛି ।

ଆମେ ସତର୍କତା ବଢାଇଛୁ, ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍ବେନ୍ସିଂ ଆବଶ୍ୟକ । ତେଣୁ ସିକ୍ବେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଛି । ଏବେ ସୁଦ୍ଧା ରାଜ୍ୟକୁ ଆଟ ରିସ୍କ ଦେଶରୁ ୧୫୦୦ରୁ ଅଧିକ ଲୋକ ଆସିଲେଣି ।  ଓମିକ୍ରନର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Spread the love