April 20, 2025

ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା, ଜଗିବେ ୩୫ ପ୍ଲାଟୁନ୍ ଫୋର୍ସ: ଧାରଣାସ୍ଥଳକୁ ଅଧିକ ଫୋକସ୍

 

ଭୁବନେଶ୍ୱର,୨୫/୦୩: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜନୈତିକ ଦୃଷ୍ଟି କୋଣରୁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ କମିଶନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛି । ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳ ସମେତ ଧାରଣା ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ବିଧାନସଭା ଫାଟକ ନିକଟରେ ସଶସ୍ତ୍ର ପୁଲିସ୍‌ ମୁତୟନ ହୋଇଛନ୍ତି । ୨ ୟୁନିଟ୍‌ ଏସ୍‌ଓଜି ୨୪ ଘଣ୍ଟିିଆ ପହରା ଦେବେ । ସୁରକ୍ଷା ବ୍ୟବସ୍ଥାରେ ଅତରିକ୍ତ କମିଶନର, ୪ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୦ ଆଇଆଇସି, ୮୯ ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ ନିୟୋଜିତ ହୋଇଛନ୍ତି ।

ଏହି ୩୫ପ୍ଲାଟୁନ୍‌ ପୁଲିସ୍‌ ମଧ୍ୟରୁ ଲୋୟର ପିଏମ୍‌ଜିକୁ ଜଗି ରହିବେ ୮ ପ୍ଲାଟୁନ୍‌, ବିଧାନସଭା ବାହାରେ ଭିତରେ ରହିବେ ୧୫ ପ୍ଲାଟୁନ୍‌ । ତା’ଛଡା ବାକି ପୁଲିସ୍‌ କର୍ମଚାରୀ ରବିନ୍ଦ୍ର ମଣ୍ଡପ ଛକ, ଜୟଦେବ ଭବନ ପାଖ ଓ ଏମ୍‌ଏଲଏ କଲୋନୀରେ ରହିବେ । ନବୀନ ନିବାସ ପାଇଁ ସ୍ୱତନ୍ତ୍ର ପୁଲିସ ମୁତୟନ କରାଯାଇଛି । ଏନେଇ ବୁଧବାର ଅପରାହ୍ଣରେ ପୁଲିସ୍‌ ମହାନିର୍ଦ୍ଦଶେକ ସୁନୀଲ୍‌ ବଂଶଲ୍‌ ଲୋୟର ପିଏମ୍‌ଜି ବୁଲି ଦେଖିଥିଲେ ଅଧିବେଶନ ଚାଲିଥିବା ସମୟରେ ଯେମିତି କୌଣସି ପ୍ରକାର ଅଘଟଣା ନ ଘଟେ ସେ ଦିଗରେ ଦୃଷ୍ଟି ଦେବାକୁ ପୁଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ । ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ ।

Spread the love