August 25, 2025

ତୱଙ୍ଗରେ ଚୀନ୍‌ ସେନାର ଅନୁପ୍ରବେଶ ଉଦ୍ୟମ ପଣ୍ଡ

 

ତୱଙ୍ଗ: ଅରୁଣାଚଳ ପ୍ରଦେଶ ସୀମାରେ ପ୍ରାୟ ୨୦୦ ଚୀନ୍‌ ସେନାଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ଯବାନ ପଣ୍ଡ କରିଦେଇଛନ୍ତି। ତିବ୍‌ବତରୁ ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ) ପହରା ଦଳର ଯବାନମାନେ ଏହି ସୀମାନ୍ତ ରାଜ୍ୟର ତୱଙ୍ଗ ଅଞ୍ଚଳ (ସେକ୍ଟର)କୁ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ବୁମ୍‌ ଲା ଏବଂ ୟାଙ୍ଗସେ ବାଟ ଦେଇ ବ୍ରହ୍ମପୁତ୍ର ଅବବାହିକାକୁ ପ୍ରବେଶ କରିବା ସହ ଭାରତୀୟ ବଙ୍ଗର ଭଙ୍ଗାରୁଜା ଉଦ୍ୟମ ଯୋଜନା କରୁଥିବାବେଳେ ଭାରତୀୟ ଯବାନ ସେମାନଙ୍କର କଡ଼ା ମୁକାବିଲା କରିଥିଲେ। ତୱଙ୍ଗ ସେକ୍ଟର ସାମରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଭାରତୀୟ ଯବାନ ସେଠାରେ ସଜାଗ ଥିଲେ। ଚୀନ୍‌ର କିଛି ସୈନିକଙ୍କୁ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ପରେ ସ୍ଥାନୀୟ ସେନା କମାଣ୍ଡରସ୍ତରରେ ଆଲୋଚନା କରାଯାଇ ସେମାନଙ୍କୁ ମୁକ୍ତ କରାଯାଇଥିଲା। ଏହି ଘଟଣାରେ ଭାରତୀୟ ପକ୍ଷର କୌଣସି କ୍ଷତି ଘଟି ନାହିଁ। ଗତ ସପ୍ତାହରେ ଏହି ଘଟଣା ଘଟିଥିଲେ ମଧ୍ୟ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନାହିଁ। ଅପରପକ୍ଷରେ ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ କିଛି ଜାଣି ନ ଥିବା ସଫେଇ ଦେଇଛି।

Spread the love