
ଜଗତ୍ସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଥାନାରେ ଯୁବକଙ୍କୁ ପୋଲିସ ଦେଇଛି ନିର୍ଯାତନା । ବିନା କାରଣରେ ପୋଲିସ ଯୁବକ ଜଣଙ୍କୁ ନିସ୍ତୁକ ମାଡ଼ ମାରିଛି। ଏମିତି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ । ତିର୍ତ୍ତେଲ ଥାନା ଏସ୍ଆଇଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଜଣେ ଯୁବକ।
ତିର୍ତ୍ତୋଲ ଥାନା ଅଧିନ କ୍ରିଷ୍ଣାନନ୍ଦପୁର ପଞ୍ଚାୟତର ନୂଆଗାଁ ବାସିନ୍ଦା ରଶ୍ମିକାନ୍ତ ସାହୁ। ତାଙ୍କ ଜାଗାରେ ନିର୍ମାଣ ହେଇଥିବା ଏକ ପାଇଖାନାକୁ ନେଇ ପଡୋଶୀଙ୍କ ସହ ବିବାଦ ହୋଇଥିଲା । ଏହାକୁ ନେଇ ରଶ୍ମିକାନ୍ତ ପ୍ରଥମେ କ୍ରିଷ୍ଣାନନ୍ଦପୁର ଫାଣ୍ଡି ସହ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ । ମାମଲାରେ ଆଲୋଚନା ପାଇଁ ଥାନାରେ କାର୍ଯ୍ୟରତ ଏସ୍ଆଇ ଅନିରୁଦ୍ଧ ନାୟକ ଗତ ୧୨ ତାରିଖରେ ରଶ୍ମିକାନ୍ତଙ୍କୁ ଥାନାକୁ ଡକାଇଥିଲେ । ହେଲେ ଅଭିଯୋଗ ଶୁଣିବା ପରିବର୍ତ୍ତେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ପାଇପରେ ଏସ୍ଆଇ ଓ ତାଙ୍କ ଟିମ୍ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ରଶ୍ମିକାନ୍ତ ସାହୁ। ।
ଏତେମାତ୍ରରେ ପିଟିଛନ୍ତି ଯେ, ମାଡ଼ରେ ଗୁରୁତର ଆହତ ହୋଇ ସେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ ରଶ୍ମିକାନ୍ତ। ଏହାପରେ ଘଟଣାକୁ ନେଇ ଜଗତସିଂହପୁର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ରଶ୍ମିକାନ୍ତ ସାହୁ । ଅଭିଯୋଗ ପାଇବା ପରେ ଦୀପକ ରଂଜନ ଜେନା, ଏସଡିପିଓ, ତିର୍ତ୍ତୋଲ କହିଛନ୍ତି, ନିର୍ଯାତନା ନେଇ ରଶ୍ମୀରଞ୍ଜନ ଜେନା ଅଭିଯୋଗ କରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍