
ବ୍ରହ୍ମପୁର ୮।୯: ଥାନାରେ ଅଭିଯୋଗ କରିବାକୁ ଆସି ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏମ. ଚାମ୍ପେଇତପୁର ଗ୍ରାମର ବୃଦ୍ଧା ମହିଳା ସୁଶୀଳା ରାଉତ। ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟା ବେଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ନିଜ ପୁଅ ତାଙ୍କୁ ଭରଣ ପୋଷଣ କରୁନଥିବା ଅଭିଯୋଗ କରି ବୃଦ୍ଧା ମହିଳା ସୁଶୀଳା ରାଉତ ଆପୋଷ ସମାଧାନ ପାଇଁ ଥାନାକୁ ଆସିଥିଲେ । ଥାନା ନିକଟସ୍ଥ କୃଷ୍ଣ ମନ୍ଦିରରେ ବସିଥିବା ବେଳେ ମୁଣ୍ଡ ଘୁରାଇ ପଡ଼ିଯିବା ସହ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସଙ୍ଗେ ସଙ୍ଗେ ପୋଲିସ କର୍ମଚାରୀମାନେ ତାଙ୍କୁ କବିସୂର୍ଯ୍ୟନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ କବିସୂର୍ଯ୍ୟନଗର ଥାନାରେ ଏକ ଅପମୃତ୍ୟୁ ମାମଲା ଦାଏର ହୋଇଛି ବୋଲି କବିସୂର୍ଯ୍ୟନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍