March 12, 2026

ଦରଦାମ ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ଅଭିନବ ପ୍ରତିବାଦ

 

ବଲାଙ୍ଗୀର: ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବଲାଙ୍ଗୀର ମହିଳା କଂଗ୍ରେସ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ନେତ୍ରୀମାନେ ଅଭିନବ ପ୍ରତିବାଦ କରିଛନ୍ତି। ଗ୍ୟାସ ସିଲିଣ୍ଡର ସାମ୍ନାରେ ରଖି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଓ ସ୍ଲୋଗାନ ଦେଇଛନ୍ତି କଂଗ୍ରେସ କର୍ମୀ।

ସାରା ଦେଶରେ ରନ୍ଧନ ଗ୍ୟାସ, ତୈଳ, ଡାଲି ଏବଂ ଅତ୍ୟାବଶ୍ୟକ ସାମଗ୍ରୀମାନଙ୍କର ଦର ହୁ ହୁ ହୋଇ ବଢିଚାଲିଥିବା ବେଳେ ତା’ଉପରେ ଲଗାମ ଲଗାଇ ପାରୁନାହାନ୍ତି ସରକାର।  ତେଣୁ ଗରିବ ଲୋକେ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛି ମହିଳା କଂଗ୍ରେସ। ଦୀର୍ଘ ସମୟ ଧରି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମିଳାନୀ ସାହୁଙ୍କ ନେତୃତ୍ୱରେ ଆନ୍ଦୋଳନ କରିବା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଆନ୍ଦୋଳନକାରୀମାନେ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love