March 10, 2026

ଦିନରେ ଫେରିବାଲା, ରାତିରେ ଲୁଟେରା

 

ନୀଳଗିରି: ସିରିଜ୍‍ ଲୁଟ୍‍ର ପର୍ଦ୍ଦାଫାସ୍‍, ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଔପଦା ପୁଲିସ । ସୂଚନା ଅନୁସାରେ ଅଭିଯୁକ୍ତ ମାନେ ଦିନରେ ଫେରିବାଲା ବେଶ ଧରି ରାତିରେ ଲୁଟ କରୁଥିଲେ। ଚଳିତମାସ ୧୨ ତାରିଖରେ ଔପଦା ଥାନା ଖଇରା ଗାଁର ବିନୋଦ ବିହାରୀ ମହାପାତ୍ର ଘରେ କେହି ନଥିବାର ସୁଯୋଗ ନେଇ ରାତିରେ ଲୁଟ କରିଥିଲେ ଏହି ଲୁଟେରା । ନୀଳଗିରି ଏସଡିପିଓ ରୀତେଶ ମହାପାତ୍ରଙ୍କ ନିର୍ଦ୍ଦେଶରେ ଔପଦା ଥାନା ଅଧିକାରୀ ସାଲଖାନ ମୁର୍ମୁ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଲୁଟେରାଙ୍କ ଠାରୁ ନଗଦ ୧ ଲକ୍ଷ ୫୫ ହଜାର ଟଙ୍କା, ୭ ଲକ୍ଷ ଟଙ୍କାର ସୁନା ରୁପା ଗହଣା, ଗୋଟିଏ ବାଇକ, ଗୋଟିଏ ୫୨ଇଞ୍ଚ ଏଲିଡି, ଓ ବିଭିନ୍ନ ମାଣାଅସ୍ତ୍ର ଜବତ କରିଛି ପୋଲିସ ।

Spread the love