
ନୂଆଦିଲ୍ଲୀ: ଦିଲ୍ଲୀର ତିସ୍ ହଜାରୀ କୋର୍ଟର ଚ୍ୟାମ୍ବରରୁ ଜଣେ କର୍ମଚାରୀଙ୍କ ମୃତଦେହ ଜବତ ହୋଇଛି। ତିସ୍ ହଜାରୀ କୋର୍ଟ ପଶ୍ଚିମ ପାର୍ଶ୍ବ ଚ୍ୟାମ୍ବରରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମୃତକଜଣକ ବାର୍ର ଜଣେ ଆସ୍ଥାୟୀ କର୍ମଚାରୀ ବୋଲି ଜଣାପଡ଼ିଛି।
ପୁଲିସର କହିବାନୁସାରେ, ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଏହି କର୍ମଚାରୀ ଜଣକ ପ୍ରାୟତଃ ରାତିରେ ଚ୍ୟାମ୍ବରରେ ଶେଇଥାଆନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କିଛି କୁହାଯାଇପାରିବ ବୋଲି ପୁଲିସ କହିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍