
ରାଇରଙ୍ଗପୁର ୩୦।୭: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ସାନ ମଣଦାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଉଭୟ ରାସ୍ତା କଡକୁ ଛିଟିକି ପଡିଥିଲେ । ଉଭୟ ଚାଳକଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।
ଜଣଙ୍କର ପରିଚୟ ମିଳିନଥିବା ବେଳେ ଅନ୍ୟ ଜଣେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଯୋଡା ପୋଖରୀ ଗ୍ରାମର ସାଉନା ମୁର୍ମୁ ବୋଲି ଜଣାପଡିଛି । ପୋଲିସ ଉଭୟଙ୍କ ମୃତଦେହ ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍