
ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଜିଲ୍ଲାର ଦିଗପହଣ୍ଡି ଓ ଗୋଳନ୍ଥରା ଥାନା ଅଂଚଳରେ ଅନେକ ବର୍ଷ ହେବ ଆତଙ୍କ ଚଳାଇଥିବା ଦୁର୍ଦାନ୍ତ ଅପରାଧୀ କୁନା ବେହେରା (୩୮)ର ଜଂଗଲି ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଛି। କାବୁ କରିବାକୁ ଗଲାବେଳେ କୁନା ପୁଲିସ ଉପରକୁ ଗୁଳି କରି ଫେରାର ହୋଇଯାଇଛି। ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଡେୟାଗଡ଼ ଗାଁ ଜଙ୍ଗଲ ଭିତରେ ଥିବା ଏହି ଆଡ୍ଡାରୁ ପୁଲିସ ଦୁଇଟି ବଡ ଏସବିଏମଏଲ ବନ୍ଧୁକ, ଆଠ ରାଉଣ୍ଡ ଗୁଳି, ୯-ଏମଏମ ଗୁଳି, ଟର୍ଚ୍ଚ, ବୋମା ପ୍ରସ୍ତୁତି ସାମଗ୍ରୀ, ଚାଉଳ, ଡାଲି, ମସାରି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। କୁନା ଦିଗପହଣ୍ଡି ଓ ଗୋଲନ୍ଥରା ଥାନା ଇଲାକାରେ ଆତଙ୍କ ଖେଳାଇବା ସହ ଜଙ୍ଗଲ ପଶୁ ଓ ପକ୍ଷୀ ଶିକାର କରୁଥିବା ଅଭିଯୋଗ ରହିଛି। ତା’ ନାମରେ ବିଭିନ୍ନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ନିଶା କାରବାର ଭଳି ୨୫ରୁ ଉର୍ଦ୍ଧ୍ବ ମାମଲା ରହିଥିବା ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। କୁନାକୁ ଧରିବାକୁ ଏକ ସ୍ପେଶାଲ ଟିମ ମଧ୍ୟ ଗଠନ କରାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍