
କେନ୍ଦ୍ରାପଡା ୩୧।୮: କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ରାଜୀବ କୁମାର ପତି। ରାଜୀବ ବ୍ରାଉନସୁଗାର ନେଇ ଯାଉଥିବାର ଖବର ପାଇ ଅବକାରୀ ବିଭାଗ କଟକ-ଚାନ୍ଦବାଲି ରାସ୍ତା ଗରାପୁର ଛକ ନିକଟରେ ତାଙ୍କୁ କାବୁ କରିଥିଲା । ତାଙ୍କଠାରୁ ୧୫ ଗ୍ରାମ୍ ବ୍ରାଉନସୁଗାର ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରିବାକୁ ନେଇ ଯାଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍