September 8, 2024

Satya News

odia news channel

ଦେଶରେ ସାମଗ୍ରିକ ଟିକାକରଣ ୧୧୫ କୋଟି ଟପିଲା

 

ନୂଆଦିଲ୍ଲୀ : ଦେଶ ବ୍ୟାପୀ ଚାଲିଥିବା ବିଶ୍ଵର ସର୍ବ ବୃହତ ଟିକାକରଣ​‌ ଅଭିଯାନ ସୁରୁଖୁରୁରେ ଆଗେଇ ଚାଲିଛି । କରୋନା ବିରୋଧୀ ଲଢେଇରେ ଏହାକୁ ପ୍ରମୁଖ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ଇତିମଧ୍ୟରେ ଦେଶରେ ସାମଗ୍ରିକ ଟିକାକରଣ ୧୧୫ କୋଟି ଅତିକ୍ରମ କରିଛି।
ଦେଶରେ ଏପର୍ଯ୍ୟନ୍ତ ୧୧୫ କୋଟି ୭ ଲକ୍ଷ ୯୨ ହଜାର ୬୭୦ ପାନରୁ ଅଧିକ ଟିକା ଦିଆଯାଇସାରିଲାଣି । ୭୬ କୋଟି ୧୧ ଲକ୍ଷ ୬୭ ହଜାରରୁ ଅଧିକ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୩୮ କୋଟି ୯୬ ଲକ୍ଷ୨୫ ହଜାର ୩୭୦ରୁ ଅଧିକ ଦ୍ବିତୀୟ ପାନ ଟିକା ଦିଆଯାଇଛି । କେବଳ ଆଜି ଗୋଟିଏ ଦିନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ଲକ୍ଷ ପାନରୁ ଅଧିକ ଟିକା ଦିଆଯାଇଛି।

Spread the love