
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୨,୮୪୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ମଙ୍ଗଳବାର ସୁଦ୍ଧା ଦେଶରେ ଦୈନିକ ସଂକ୍ରମଣ ହାର ୧.୧୯% ଏବଂ ସାପ୍ତାହିକ ହାର ୧.୪୬% ରହିଥିଲା, ଯାହା ୧୪୪ ଦିନ ମଧ୍ୟରେ ସର୍ବନିମ୍ନ ହାର ବୋଲି ଜଣାଯାଇଛି । ଇତିମଧ୍ୟରେ କରୋନାରୁ ମୋଟ ୩,୩୩,୪୨,୯୦୧ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ଦେଶରେ ୨,୦୭,୬୫୩ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଦେଶରେ ଆରୋଗ୍ୟ ହାର ୯୮.୦୬% ରହିଛି । ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୮.୬୩ କୋଟି ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ସୁଦ୍ଧା ୯୬.୪୩ କୋଟି ପାନ ଟିକା ଦିଆଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍