July 7, 2025

ଦୋକାନ ଆଜବେଷ୍ଟସ ଭାଙ୍ଗି ମୋବାଇଲ୍ ଲୁଟିନେଲେ ଦୁର୍ବୃତ୍ତ, ଛାଡିଗଲେ ହେଲମେଟ୍

 

ବାଲିପାଟଣାରୁ ପୁଣି ଚୋରୀ । ପ୍ରତୀକ ରାଉତରାୟଙ୍କ ବାଲିପାଟଣା ଛକରେ ଥିବା ଏକ ମୋବାଇଲ ଦୋକାନରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଲୁଟି ନେଇଛନ୍ତି ଲୁଟେରା ।

ସୂଚନାଯୋଗ୍ୟ ଯେ, ଦୋକାନ ଆଜବେଷ୍ଟସ ଭାଙ୍ଗି ଦୋକାନରେ ଚୋରମାନେ ପ୍ରବେଶ କରିଥିଲେ । ଦୋକାନରୁ ୧୮ଟି ଦାମୀ ମୋବାଇଲ, କମ୍ପ୍ୟୁଟର ଏବଂ ସମସ୍ତ ଆସେସୋରିଜ, ରିପାୟର ପାଇଁ ଥିବା ମୋବାଇଲ ସବୁ ନେଇ ଯାଇଛନ୍ତି ଦୁର୍ବୃତ୍ତ ।

ଶୁକ୍ରବାର ସକାଳୁ ପ୍ରତୀକ ଦୋକାନ ଖୋଲିବା ପାଇଁ ଆସି ଦେଖିଲା ବେଳକୁ ଦୋକାନର ଆଜବେଷ୍ଟସ ଭଙ୍ଗାଯାଇ ସମସ୍ତ ଜିନିଷ ଚୋରୀ ହୋଇଯାଇଛି । ଘଟଣାସ୍ଥଳରେ ଚୋରମାନେ ଏକ କଳା ରଙ୍ଗର ହେଲମେଟ୍ ଛାଡି ଯାଇଛନ୍ତି । ଲକଡାଉନ୍ ଏବଂ ସଟଡାଉନ୍ ରେ ରାଜଧାନୀ ଉପକଣ୍ଠଠାରେ ଚୋର ଓ ଲୁଟେରାଙ୍କ ପ୍ରାର୍ଦୁଭାବ ବଢି ବଢି ଚାଲିଛି । ଚୋର ଲୁଟେରାମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ।

Spread the love