
ଯାଜପୁର ଜିଲ୍ଲାରେ ଦ୍ଵିତୀୟ ବିରଜା ମନ୍ଦିର ସ୍ଥାପନାକୁ ନେଇ ଦେଖାଦେଇଛି ବିବାଦ। ଆଉ ଜିଲ୍ଲା ପ୍ରଶାସନର ଏହି ମନ୍ଦିରକୁ ଭାଙ୍ଗିବା ନୋଟିସ ପରେ ଆରମ୍ଭ ହୋଇଛି ଶୀତଳଯୁଦ୍ଧ। ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ବଦଳାଇବା ଦାବି ଜୋରସୋର ହେଉଛି। ଘଟଣାରୁ ସ୍ପଷ୍ଟ ଯେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଧବଳଗିରିସ୍ଥିତ ହୁଡିସାହି ବିରଜା ନଗରରେ ମା ବିରଜାଙ୍କ ଆଉ ଏକ ମନ୍ଦିର ନିର୍ମାଣକୁ ନେଇ ଦେଖାଦେଇଛି ବିବାଦ । ମା ବିରଜାଙ୍କ ମନ୍ଦିରର ସେବାୟତ ମାନଙ୍କ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ଏ ନେଇ ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ମାତ୍ର ମା ବିରଜାଙ୍କ ପ୍ରଚାର ଉଦ୍ଦେଶ୍ୟରେ ଏହି ମନ୍ଦିର ନିର୍ମାଣ କରାଯାଉଥିବା ଦର୍ଶାଇଛନ୍ତି ମନ୍ଦିର ନିର୍ମାତା ପ୍ରଫୁଲ୍ଲ ସାହୁ।
ଏହାସହ ମା ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ବିରଜା ନିଜ କ୍ଷେତ୍ର ମଧ୍ୟରେ ପୂଜା ପାଉଛନ୍ତି। ତେଣୁ ବିରଜାଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଜିଲ୍ଲାବାସୀ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ଯଦି ବ୍ୟାସନଗର ଠାରେ ରାଜନୈତିକ ଉଦ୍ଦେଶ୍ୟ ରଖି ନିର୍ମାଣାଧୀନ ବିରଜା ମନ୍ଦିରକୁ ବିରୋଧ କରାଯାଏ ତାହେଲେ ଯାଜପୁର ରୋଡ, ବ୍ୟାସନଗର ଓକିଲସଙ୍ଘ ସମେତ ସମସ୍ତ ସହରବାସୀ ଏହାର ତୀବ୍ର ବିରୋଧ କରିବେ ବୋଲି ଚେତାବନୀ ଦିଆଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍