
ଖୋର୍ଦ୍ଧ ୮।୯: ଜାତୀୟ ରାଜପଥରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ । ତଦନ୍ତରୁ ଜଣାପଡିଛି ଯେ, ଭାରତ ଫାଇନାନ୍ସ କର୍ମଚାରୀ ରଣଜିତ ବେହେରା ଗୋଡିପଡା ପଞ୍ଚାୟତ ଲହଗାଂ ଗ୍ରାମରୁ ସ୍ବୟଂ ସହାୟିକା ଗୋଷ୍ଠୀରୁ ଟଙ୍କା ଆଦାୟ କରି ଫେରୁଥିବା ବେଳେ ଦୁଇ ଜଣ ଯୁବକ ଏକ ଆପାଚି ମୋଟର ସାଇକେଲରେ ଆସି ତାଙ୍କୁ ଅଟକାଇଥିଲେ । ପରେ ରଣଜିତ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡି ଡିକି ଖୋଲି ୫୪,୦୫୩ ଟଙ୍କା ନେଇ ଆଖି ପିଛୁଳାକେ ପଳାଇଥିବାର ଅଭିଯୋଗ ହୋଇଥିଲା ଜଂକିଆ ଥାନାରେ ।

ଲୁଟର ଶିକାର ଯୁବକ ରଣଜିତ ବେହେରା ମଙ୍ଗଳବାର ପୋଲିସ ସମ୍ମୁଖରେ ବୟାନ ଦେଇଥିଲେ । ହେଲେ ଫାଇନାନ୍ସ ସଂସ୍ଥାର ମ୍ୟାନେଜର ନିଜେ ରଣଜିତକୁ ଜେରା କରିବା ପରେ ରଣଜିତ ନିଜେ ଚୋରୀ କରିଥିବା ମାନିଥିଲେ । ପରେ ମ୍ୟାନେଜର ଥାନାରେ ଅଭିଯୋଗ କଲା ପରେ ଜଙ୍କିଆ ପୋଲିସ ରଣଜିତଠାରୁ ଟଙ୍କା ଜବତ କରି ତାଙ୍କୁ କୋର୍ଟ ଚାଲାଣ କରିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍