October 18, 2024

Satya News

odia news channel

ଧାର୍ମିକ ସମାବେଶ କରି ହରଡଘଣାରେ କେରଳ ସରକାର, ବିଶେଷଜ୍ଞ କହିଲେ ନେଇଥିଲେ ଭୁଲ ନିଷ୍ପତ୍ତି

 

ନୂଆଦିଲ୍ଲୀ୦୯/୦୮: ସଶ୍ତା ଧର୍ମ ନିରପେକ୍ଷତା ଦର୍ଶାଇବାକୁ ଯାଇ ହରଡ଼ଘଣାରେ କେରଳ ସରକାର । ବକରି ଇଦ୍‌ରେ ତିନିଦିନ ପାଇଁ କରୋନା କଟକଣା କୋହଳ କରିବା କେରଳ ସରକାରଙ୍କୁ ମଙ୍ଗା ପଡ଼ିଛି। ଏଥିପାଇଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ଓ ମୃତ୍ୟୁ ସଂଖ୍ୟା ବି ବଢ଼ିଛି। ଯାହାକୁ ନେଇ କେରଳ ସରକାରଙ୍କୁ ସମାଲୋଚନା କରିଛନ୍ତି ସରକାରୀ ଜେନମ ସିକ୍ୟୁଏନ୍ସ ପରିଚଳନା ସଂସ୍ଥା(INSACOG (Indian SARS-CoV-2 Genomics Consortium))ର ଜଣେ ନିର୍ଦ୍ଦେଶକ ଅନୁରାଗ ଅଗରୱାଲ।

କେରଳରେ କରୋନା ସଂକ୍ରମଣକୁ ରୋକାଯାଇ ପାରିଥାନ୍ତା, ଯଦି ରାଜ୍ୟ ସରକାର ଧାର୍ମିକ ସମାବେଶ ପାଇଁ ଅନୁମତି ଦେଇନଥାନ୍ତେ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ପ୍ରତିକ୍ରିୟାରେ ଏପରି କହିଛନ୍ତି ଶ୍ରୀ ଅଗରୱାଲ୍। ଧାର୍ମିକ ଏକତ୍ରିକରଣ କେରଲ ସରକାରଙ୍କର ଏକ ଭୁଲ ନିଷ୍ପତ୍ତି ଥିଲା। ଏହି ସମୟରେ କେବଳ ଆବଶ୍ୟକୀୟ ସେବା ହିଁ ଖୋଲିବାକୁ ଅନୁମତି ଦିଆଯିବା କଥା ବୋଲି ସେ କହିଛନ୍ତି। କେରଳରେ ମାମଲା ୧୩ ହଜାରରୁ ୨୦ ହଜାର ହେଇ ନଥାନ୍ତା, ଯଦି କେରଳ ସରକାର ଧାର୍ମିକ ସମାବେଶକୁ ଅନୁମତି ଦେଇ ନଥାନ୍ତେ। ଉତ୍ତର ଭାରତ ରାଜ୍ୟଗୁଡ଼ିକ ଅପେକ୍ଷା କେରଳ ବର୍ତ୍ତମାନ କରୋନା କବଳରେ ରହିଛି ବୋଲି ଶ୍ରୀ ଅନୁରାଗ କହିଛନ୍ତି।

ସେହିପରି କରୋନାର ତୃତୀୟ ଲହରକୁ ନେଇ ସେ କହିଛନ୍ତି ଯେ ସେପ୍ଟେମ୍ବର-ଅକ୍ଟୋବର ମାସରେ କୋଭିଡ୍ ତୃତୀୟ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ସରିନି। ଏହା ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ସମୟରେ ତାର ପ୍ରଭାବ ଜାରି ରଖିଛି। ତେବେ ଭବିଷ୍ୟତରେ କରୋନାରୁ ରକ୍ଷା ପାଇବାକୁ ହେଲେ ଟିକାକରଣ କାର୍ଯ୍ୟକୁ ଆହୁରି ଦ୍ରୁତ ଗତିରେ ବଢାଇବାକୁ ପଡ଼ିବ। ତେବେ ଭାରତୀୟ କରୋନା ଟିକା ୬୦ ପ୍ରତିଶତ ସୁରକ୍ଷା ଦେବା ପାଇଁ ସକ୍ଷମ ବୋଲି ଅନୁରାଗ ଅଗରୱାଲ କହିଛନ୍ତି।

INSACOG ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀ-ଏନ୍‌ସିଆର୍‌ ଭଳି ଅଞ୍ଚଳରେ ଲୋକମାନଙ୍କ ଠାରେ ବର୍ତ୍ତମାନ ରୋଗ ପ୍ରତିରୋଧ ଶକ୍ତି ବହୁତ ରହିଛି। ତେଣୁ ଏଠାରେ କରୋନା ମାମଲା ଏତେ ଶୀଘ୍ର ବଢ଼ିବ ନାହିଁ। ତେବେ ଯଦି ବା ଏଠାର ସଂକ୍ରମଣ ବଢ଼େ ତେବେ ପରିମାଣ ଭୟବହ ହେବ ନାହିଁ। ପୂର୍ବରୁ ଠିକ୍ ହୋଇସାରିଥିବା ବ୍ୟକ୍ତି ଆଉ ଅଧିକ ଗୁରୁତର ହେବେ ନାହିଁ। ତେଣୁ ତୃତୀୟ ଲହର ଏତେ ଭୟଙ୍କର ହୋଇନପାରେ। ତେବେ ଯଦି ଭାଇରସ ତା ରୂପରେ ପରିବର୍ତ୍ତନ କରିଦିଏ ତେବେ ଏସବୁ ଆକଳନ ବଦଳିଯିବ ବୋଲି ବୋଲି ଶ୍ରୀ ଅଗରୱାଲ ସୂଚନା ଦେଇଛନ୍ତି।

Spread the love