
ଭୁବନେଶ୍ୱର: ନକଲି ଔଷଧ ବିକ୍ରି ଘଟଣାର ପଦ୍ଦାଫାଶ ହୋଇଛି। କରୋନା ବିତ୍ପତ୍ତି ସମୟରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି STF । ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠଓ୍ୱାଙ୍କ ସୂଚନା ଦେଇଛନ୍ତି।
ଏହି ଘଟଣାରେ ୩ ଜଣଙ୍କ ଗିରଫ କରାଯାଇଥିଲେ ବି କଂପାନୀ ମୁଖ୍ୟ ଶିବ ଜେନା ଏବେ ମଧ୍ୟ ଫେରାର ଅଛନ୍ତି । ୩ ଗିରଫଙ୍କ ମଧ୍ୟରେ ଶିବ ଜେନାଙ୍କ ପତ୍ନୀ ଥିବା ସୂଚନା ମିଳିଛି।
ଏହି ଘଟଣା ପରେ ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଚେତାଇ ଦେଇଥିଲେ। ଏପରିକି ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏଠି କହି ରଖିବୁ, କଟକରୁ ନକଲି ଔଷଧ ଜବତ ହେବା ପୂର୍ବରୁ ବରଗଡ଼ ଜିଲ୍ଲାରେ ମଧ୍ୟ ନକଲି କରୋନା ଔଷଧ ଠାବ କରାଯାଇଥିଲା । ସ୍ଥାନୀୟ ଭେଡେନ ଥାନା ରୁଷୁଡ଼ା ଗାଁରେ ନକଲି କରୋନା ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଚଢାଉ ହୋଇଥିଲା। ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର ଓ ପୋଲିସ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଔଷଧ ଖୋଳ, ପାଉଡର, ରାସାୟନିକ ପଦାର୍ଥ ଜବତ କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍