September 19, 2024

Satya News

odia news channel

ନକଲି ମାଟ୍ରିକ୍ ସାର୍ଟିଫିକେଟ୍ ଦେଇ ଚାକିରୀ ପଡିଲା ମହଙ୍ଗା, ୨ ବର୍ଷ ସଶ୍ରମ କାରାଦଣ୍ଡରେ ହେଲେ ଦଣ୍ଡିତ

 

ଜୟପୁର ୧୮।୧୨: ନକଲି ମାଟ୍ରିକ୍ ସାର୍ଟିଫିକେଟ ଦେଇ ଚାକିରୀ କରିବା ପଡିଲା ମହଙ୍ଗା । ଭିଜିଲାନ୍ସ କୋର୍ଟ ଦ୍ବାରା ଦଣ୍ଡିତ ହେଲେ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକର ପୂର୍ବତନ ICDS ସୁପରଭାଇଜର ଶୁଭମଣୀ ଦେଇ । ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୭୦୦୦ ଟଙ୍କା ଜରିମନା ଆଦାୟ ନିର୍ଦ୍ଦେଶ ଦେଲେ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ନକଲି ମାଟ୍ରିକ୍ ସାର୍ଟିଫିକେଟ୍ ଦେଇ ଚାକିରୀ ସହ ପଦୋନ୍ନତି ପାଇ ମୋଟ୍ ୯ ଲକ୍ଷ ୩୭ ହଜାର ୧୬ ଟଙ୍କା ଦରମା ପାଇଥିଲେ ପୂର୍ବତନ ସୁପରଭାଇଜର। ଏ ନେଇ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲା ଦାୟର ହୋଇଥିଲା ।

Spread the love