March 11, 2026

ନବାବ ମଲିକ ଡାକ୍ତରଖାନାରେ ଭର୍ତ୍ତି

 

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଗିରଫ ହେବାର ଦୁଇ ଦିନ ପରେ ଏନସିପି ନେତା ତଥା ମନ୍ତ୍ରୀ ନବାବ ମଲିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୁମ୍ବାଇର ଜେଜେ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେନେଇ କୌଣସି ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ବୁଧବାର ନବାବ ମଲିକଙ୍କୁ ଇଡି ଗିରଫ କରିଥିଲା। ଦାଉଦ ଇବ୍ରାହିମ୍‌ ସହ ସମ୍ପର୍କ ଓ ବେଆଇନ ଅର୍ଥ କାରବାର ମାମଲାରେ ସେ ଗିରଫ ହୋଇଛନ୍ତି। ଇଡିର ଟିମ୍‌ ବୁଧବାର ସକାଳେ ନବାବଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା କରିଥିଲା। ଏହାପରେ ଇଡି ତାଙ୍କୁ ନିଜ କାର୍ଯ୍ୟାଳୟକୁ ନେଇଥିଲା। ସେଠାରେ ପ୍ରାୟ ୬ ଘଣ୍ଟା ଧରି ପଚରାଉଚରା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା।

 

Spread the love