
ଭୁବନେଶ୍ବର: ଅଗଷ୍ଟ ମାସ ପାଇଁ କଟକଣା କୋହଳ କରିଛନ୍ତି ସରକାର। ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଅନଲକ ପ୍ରକ୍ରିୟା। ଏଥର ଗାଇଡଲାଇନରେ ଯାତ୍ରା ପାଇଁ ଅନୁମତି ମିଳିଛି। ପୁଣି ଯାତ୍ରା ପେଣ୍ଡାଲରେ ଜଳିବ ଆଲୁଅ। କଳାକାରମାନେ ମେକଅପ୍ ନେଇ ପୁଣି ଯାତ୍ରା ପରିବେଷଣ କରିବେ। କଟକଣା ମଧ୍ୟରେ ଯାତ୍ରା କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ କଳାକାର । ତେଣୁ ୫୦ ପ୍ରତିଶତ କ୍ଷମତାରେ ଯାତ୍ରା ପରିବେଷଣକୁ ଅନୁମତି ଦେଇଛନ୍ତି ସରକାର।
ଏବେ କଳାକାର ଖୁସ୍, ଦର୍ଶକମାନେ ମଧ୍ୟ ଖୁସି ଅଛନ୍ତି । ହେଲେ ଯାତ୍ରା କରିବା ପାଇଁ ଅନୁମତି ଦେବାରେ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଦେଖିବାକୁ ମିଳିଛି, କାରଣ ନୂଆ ଗାଇଡଲାଇନରେ ସାରା ରାଜ୍ୟରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ତେବେ ପ୍ରଶ୍ନ, ନାଇଟ୍ କର୍ଫ୍ୟୁ ମଧ୍ୟରେ କିପରି ହେବ ଯାତ୍ରା ପରିବେଷଣ? କଳାକାର ଯାତ୍ରା କରିବେ କିପରି ? ନାଇଟ୍ କର୍ଫ୍ୟୁରେ ଯାତ୍ରା ଦେଖିବାକୁ ଦର୍ଶକ ଆସିବେ କିପରି ? କ’ଣ ରାତି ୮ଟା ପୂର୍ବରୁ ଯାତ୍ରା ହୋଇପାରିବ କି ? ୮ଟା ପୂର୍ବରୁ ଯାତ୍ରା ହେଲେ ଦର୍ଶକ ଆସିବେ ତ ?
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍