
ପାଟନା ୮/୦୮: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରେ ସବୁ କିଛି ଠିକ୍ ଚାଲୁନାହିଁ । ପୋଷ୍ଟରକୁ ନେଇ ବିବାଦ ପରେ ରବିବାର ରାଜ୍ୟ ଆରଜେଡି କାର୍ଯ୍ୟାଳୟରେ ଛାତ୍ର ଆରଜେଡିର କାର୍ଯ୍ୟକର୍ତ୍ତା, ଜିଲ୍ଲାଧ୍ୟକ୍ଷଙ୍କ ଏକ ବୈଠକରେ ତେଜ ପ୍ରତାପ ଯାଦବ ଦଳର ଅଧ୍ୟକ୍ଷ ଜଗଦାନନ୍ଦ ସିଂହଙ୍କୁ ହିଟଲର ବୋଲି କହିଛନ୍ତି । ସେ କହିଛନ୍ତି, ପୂର୍ବରୁ ଏବଂ ଏବେ ଆରଜେଡି କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ ହୋଇଛି ।
ଲୋକମାନେ ମନମାନୀ ଆରମ୍ଭ କରିଥିବା ବେଳେ ଆମେ ମିମିକ୍ରି କରିବା ଆରମ୍ଭ କରିଛୁ ବୋଲି ତେଜ ପ୍ରତାପ କହିଛନ୍ତି। ତେଜପ୍ରତାପ ମଞ୍ଚରୁ ଦୁଇ ଥର ‘ମନମାନୀ ହୈ, ମନମାନୀ ହୈ’ କହିଛନ୍ତି। ଆରେଜେଡିର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବେଳେ କାର୍ଯ୍ୟାଳୟର ଦୁଇ ମୁଖ୍ୟ ଗେଟ୍ ମଧ୍ୟରୁ ଗୋଟିଏ ବନ୍ଦ ଥିଲା ଏବଂ ଅନ୍ୟଟି ଅଧା ଖୋଲାଥିଲା। ଏହାକୁ ନେଇ ମଧ୍ୟ ସେ କହିଛନ୍ତି। ଲାଲୁ ଯାଦବଙ୍କ ସମୟରେ ସବୁ ଗେଟ୍ ଲୋକମାନଙ୍କ ପାଇଁ ଖୋଲା ରହୁଥିଲା। ଏବେ ଅନୁଶାସନ ନାଁରେ ହିଟ୍ଲରୀ ଶାସନ ଭଳି ସବୁ ଗେଟ୍ ବନ୍ଦ ରହୁଛି ବୋଲି ତେଜ ପ୍ରତାପ କହିଛନ୍ତି।
ଏହା ବ୍ୟତୀତ ବୈଠକରେ ନୀତିଶ ମେଣ୍ଟ ସରକାରକୁ ଉପାଡ଼ି ଫୋପାଡ଼ିବା ସହ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ସେ ଆହ୍ବାନ ଦେଇଛନ୍ତି ।ବର୍ତ୍ତମାନର ସରକାରକୁ ଟାର୍ଗେଟ କରି ସେ କହିଛନ୍ତି, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଧ୍ବସ୍ତ ହୋଇପଡ଼ିଛି। ବିନା ଲାଞ୍ଚରେ କିଛି କାମ ହେଉ ନାହିଁ। ଲାଲୁ ପ୍ରସାଦଙ୍କ ସମୟରେ ଅଧିକାରୀମାନେ ଭୟ କରୁଥିଲେ । ଡିଜିଟାଲ୍ ଇଣ୍ଡିଆ କରୁଛନ୍ତି ଶିକ୍ଷା ଉପରେ ନଜର ନାହିଁ। ସ୍ମାର୍ଟ ସହର କରୁଛନ୍ତି କିନ୍ତୁ ସ୍ମାର୍ଟ ଗାଁର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଇଣ୍ଟରନେଟ୍ରେ ଲାଲୁ ପ୍ରସାଦ, ରାବଡୀ ଦେବୀ, ତେଜସ୍ବୀ ଯାଦବ, ତେଜ ପ୍ରତାପ ଯାଦବଙ୍କ ଫଟୋର ଦୁରୂପଯୋଗ କରାଯାଉଛି ବୋଲି ତେଜ ପ୍ରତାପ ଅଭିଯୋଗ କରିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍