March 10, 2026

ନିଜ ରିଭଲଭରରୁ ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ

ବ୍ରହ୍ମପୁର: ନିଜ ରିଭଲଭରରୁ ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କ୍ବାର୍ଟରରେ ମାଆଙ୍କ ସହ ଖାଇବାକୁ ଵସିଥିବା ଵେଳେ ଗୁଳି ଫୁଟିଥିଲା। ପେଟରେ ଗୁଳି ବାଜି ପିଠିପଟୁ ବାହାରିଥିଲା। ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।.ସେଠାରେ ଦେବ କୁମାର ଗମାଙ୍ଗଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Spread the love