September 16, 2024

Satya News

odia news channel

ନିମ୍ନମୁଖୀ କରୋନା: ରାଜ୍ୟରେ ଆଜି ୧୬୦ ନୂଆ ଆକ୍ରାନ୍ତ, ୧ ମୃତ ଓ ୨୦୫ ସୁସ୍ଥ

 

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଂଟାରେ ୨୦ଟି ଜିଲ୍ଲାରୁ ୧୬୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରିଛି। ନୂଆ ୧୬୦ ଜଣଙ୍କ ମଧ୍ୟରେ ସଙ୍ଗରୋଧରୁ ୯୪, ସ୍ଥାନୀୟ ଅଂଚଳରୁ ୬୬ ଏବଂ ୧୮ ବର୍ଷ ବୟସ ମଧ୍ୟରେ ୨୦ ଜଣ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୧ ହଜାର ୫୭୪କୁ ବୃଦ୍ଧି ପାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୮୬ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦ ଏବଂ ଷ୍ଟେଟପୁଲରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭, ଯାଜପୁର, ସମ୍ବଲପୁର ଓ ମୟୁରଭଞ୍ଜରୁ ୫ ଜଣ ଲେଖାଏଁ, ଗଜପତିରୁ ୪, ବରଗଡ଼, ଭଦ୍ରକ, ଗଂଜାମ ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, ବାଲେଶ୍ୱର, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଝାରସୁଗୁଡା, ନୟାଗଡ଼, ପୁରୀ ଓ ରାୟଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଗତକାଲି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୫ ଜଣ ସୁସ୍ଥ ହେବା ପରେ ରାଜ୍ୟରେ କୋଭିଡ ଜନିତ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୧୨୭କୁ ବୃଦ୍ଧି ପାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୯୮, ସମ୍ବଲପୁରରୁ ୨୦, କଟକରୁ ୧୬, ମୟୁରଭଞ୍ଜରୁ ୧୦ ଓ ଷ୍ଟେଟପୁଲରୁ ୨୩ ଜଣ ଅଛନ୍ତି। ଏବେ ୧୯୫୫ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ଭଦ୍ରକର ଜଣେ ୬୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିବା ରାଜ୍ୟ ସରକାରଙ୍କ କରୋନା ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୪କୁ ବୃଦ୍ଧି ପାଇଛି।

Spread the love