April 11, 2025

ନିର୍ମାଣଧୀନ ଘର ଭିତରେ ପସିଲେ ମା’ ଭାଲୁ ସହ ଦୁଇ ଛୁଆ, ଲୋକେ ଆତଙ୍କିତ

 

ନବରଙ୍ଗପୁର ୩୧।୭: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅଣ୍ଟାସର ଗାଁରେ ଭାଲୁ ଆତଙ୍କ । ଏକ ନିର୍ମାଣଧୀନ ଘର ଭିତରେ ପଶିଛନ୍ତି ତିନୋଟି ଭାଲୁ ।  ମା’ ଭାଲୁ ସହ ଦୁଇ ଛୁଆ ଭାଲୁ ରହିଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାସ୍ତା କଡରେ ଘରଟି ଥିବାରୁ ସେହି ରାସ୍ତା ଦେଇ ଲୋକଙ୍କ ଯାତାୟତ ରହିଛି । ତେଣୁ ସମସ୍ତେ ଭୟଭୀତ ହୋଇପଡିଛନ୍ତି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି ।

ଭାଲୁମାନେ ଏ ପର୍ଯ୍ୟନ୍ତ କାହାକୁ କୌଣସି କ୍ଷତି ପହଞ୍ଚାଇ ନଥିବାବେଳେ ଗାଁ ଲୋକେ କିନ୍ତୁ ଭୟଭୀତ ଅଛନ୍ତି । ଗାଁ ନିକଟରେ ଜଙ୍ଗଲ ଥିବାବେଳେ ସବୁବେଳେ ଭାଲୁମାନଙ୍କ ଚଳପ୍ରଚଳ ରହୁଥାଏ । ଶନିବାର ସକାଳୁ ୩ଟି ଭାଲୁ ଏକ ନିର୍ମାଣଧିନ ଗୃହ ଭିତରେ ପଶିଥିବା ଗାଁ ଲୋକେ ଦେଖିଥିଲେ । ଏହାପରେ ଘଟଣାସ୍ଥଳରେ ଭାଲୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିବାରୁ ଭାଲୁମାନେ ଆଉ ଘରୁ ବାହାରିପାରୁନଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଭାଲୁମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରହିଛନ୍ତି । ତୁରନ୍ତ ଭାଲୁମାନଙ୍କୁ ସେ ଘରୁ ଘଉଡାଇବାକୁ ବନ ବିଭାଗକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Spread the love