
ଭୁବନେଶ୍ୱର: ନିଲାମ ହେବାକୁ ଯାଉଛି ଟୋକିଓ ପାରା ଅଲିମ୍ପିକ୍ସରେ ଓଡ଼ିଶା ସମେତ ସାରା ଦେଶ ପାଇଁ ବ୍ୟାଡମିଣ୍ଟନରେ ଗୌରବ ଆଣିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କ ରାକେଟ | ଆଉ ଏହି ରାକେଟର ନିଲାମ ପରେ ମିଳିବାକୁ ଥିବା ଅର୍ଥ ‘ନମାମି ଗଙ୍ଗେ’ ଅଭିଯାନରେ ଖର୍ଚ୍ଚ କରାଯିବ | ଆଜିଠାରୁ ଅକ୍ଟୋବର ୭ ତାରିଖ ଯାଏଁ https://pmmementos.gov.in/ ରେ ଏହି ରାକେଟ ବିକ୍ରି ପାଇଁ ଉପଲବ୍ଧ ରହିବ | ଏହାର ବେସ ପ୍ରାଇସ ବା ପ୍ରାରମ୍ଭିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ଥିବାବେଳେ ଏଥିରେ ପ୍ରମୋଦ ଭଗତଙ୍କର ଅଟୋଗ୍ରାଫ ରହିଛି | ଏହି ବ୍ୟାଡମିଣ୍ଟନ ରାକେଟକୁ ପ୍ରମୋଦ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ |

ସେହିଭଳି ୩୩ ବର୍ଷୀୟ ପ୍ରମୋଦ ପ୍ରଥମ ପାରାଲିମ୍ପିକ୍ସ ପଦକ ଆଣିଥିବାବେଳେ ତା’ ସହ ବିଶ୍ବ ଚାମ୍ପିଅନସିପ୍ ଓ ପାରାଲିମ୍ପିକ୍ସରେ ବିଜେତା ହେବାରେ ପ୍ରଥମ ଭାରତୀୟ ହେବା ସେ ବିରଳ ତଥା ଯୁଗଳ କୀର୍ତ୍ତିମାନ କରିନେଇଥିଲେ |
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍