
ଭୁୁବନେଶ୍ୱର ୨୭/୧୦: ବିଳମ୍ବରେ ଭାଙ୍ଗିଲା କମିଶନରେଟ ପୋଲିସର ନିଦ । ବିଳମ୍ବିତ ରାତି ଯାଏ ବାରରେ ନାଚୁଛନ୍ତି ବାର ଗାର୍ଲ ଆଉ ନିଶାରେ ଝୁମୁଛନ୍ତି ନିଶାଡ଼ି । ନିୟମ ମାନୁ ନାହାନ୍ତି କିଛି ବାର ମାଲିକ । ଅବକାରୀ ବିଭାଗର ଚଢ଼ାଉ ପରେ ବାର ମାଲିକଙ୍କୁ ତାଗିଦ କଲେ ଭୁବନେଶ୍ୱର DCP ।
ଡ୍ୟାନ୍ସବାର ଭିତରେ ମ୍ୟୁଜିକ୍ ବଜାଇବା ପାଇଁ ଅନୁମତି ନେଇ ନିୟମ ଉଲଂଘନ କରୁଛନ୍ତି ବାର ମାଲିକ । ଗତ କାଲି ରାଜଧାନୀରେ ନିୟମ ଉଲଂଘନ ଯୋଗୁଁ ୩ ବାରକୁ ସିଲ କରିବା ସହ ୩ ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଅବକାରୀ ବିଭାଗ । ରାଜଧାନୀରେ କୌଣସି ବାରରେ ମିଉଜିକ ବଜାଇବା ପାଇଁ ଅନୁମତି ଦିଆଯାଇନାହିଁ । ଏନେଇ ସୂଚନା ଦେଇଛନ୍ତି ଡିସିପି ଉମାଶାଙ୍କର ଦାଶ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍