July 6, 2025

ନୀରଜଙ୍କ ସହ ୧୨ ଜଣଙ୍କୁ ଖେଳରତ୍ନ, ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର

 

ନୂଆଦିଲ୍ଲୀ: ‌ଚଳିତବର୍ଷର ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଶନିବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି। ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ଜଣଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ୩୫ ଜଣ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। ଏହାସହ ଦ୍ରୋଣାଚାର୍ଯ୍ୟ ଏବଂ ଜୀବନବ୍ୟାପୀ କୃତିତ୍ବ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଜୀବନବ୍ୟାପୀ ଅବଦାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଦେଶର ୨ୟ ବ୍ୟକ୍ତିଗତ ଅଲିମ୍ପିକ୍‌ସ ସ୍ବର୍ଣ୍ଣପଦକ ବିଜେତା ତଥା ଦୌଡ଼କୁଦରେ ଭାରତର ପ୍ରଥମ ଅଲିମ୍ପିକ୍‌ସ ସ୍ବର୍ଣ୍ଣପଦକ ବିଜେତା ଜାଭେଲିନ୍ ଫିଙ୍ଗାଳୀ ନୀରଜ ଚୋପ୍ରା ଓ ପ୍ରଥମ ଓଡ଼ିଆ ଭାବେ ଟୋକିଓ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତ ମଧ୍ୟ ଖେଳରତ୍ନ ପୁରସ୍କାର ପାଇଛନ୍ତି। ପ୍ରଥମ ଥର ଗୋଟିଏ ବର୍ଷ ସର୍ବାଧିକ ୧୨ ଜଣ ଖେଳରତ୍ନ ପୁରସ୍କାର ପାଇଛନ୍ତି।

Spread the love