ନୂଆଦିଲ୍ଲୀ ୧୧/୦୬: ନୁପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ଦେଶର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ଶନିବାର ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । ପ୍ରୟାଗରାଜରୁ ହାଓ୍ୱଡା ଓ ରାଞ୍ଚୀରେ ବ୍ୟାପକ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଥିଲା । ପ୍ରୟାଗରାଜ ହିଂସାରେ ଉତ୍ତର ପ୍ରଦେଶ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗିଛି । ଘରୁ ବାହାରକୁ ବାହାରିଥିବା ଲୋକଙ୍କୁ ଅଟକ ରଖାଯାଇଛି ।
ସେହିପରି ପଶ୍ଚିମବଙ୍ଗର ହାଓ୍ୱଡାରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ମାଡ ମଧ୍ୟ କରିଥିଲେ । ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା ।
ହାଓ୍ୱଡାରେ ହିଂସା ଓ ଦଙ୍ଗା ରୋକିବାକୁ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ଜୁନ ୧୩ ତାରିଖ ଯାଏଁ ଇଣ୍ଟରନେଟ ଉପରେ କଟକଣା ଲାଗୁ ହୋଇଛି । ଏବେସୁଦ୍ଧା ୭୦ ଜଣଙ୍କୁ ଗିରଫ କରାଯାଇଛି ।
ଝାଡଖଣ୍ଡର ରାଞ୍ଚୀରେ ମଧ୍ୟ ବ୍ୟାପକ ହିଂସାକାଣ୍ଡ ଘଟିଛି । ଏଠାରେ ଜୁନ ୧୨ ଯାଏଁ ଇଣ୍ଟରନେଟ୍ ବନ୍ଦ କରାଯାଇଛି । ୧୩ଟି ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ହୋଇଛି । ଭିଡିଓ ଓ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବାରୁ ପ୍ରୟାସ ଜାରି ରହିଛି
Hi my friend! I want to say that this article is awesome, great written and include approximately all important infos.
I’d like to peer more posts like this .