
ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ପାଇଁ ହୋଇଥିବା ମେୟର ଓ କର୍ପୋରେଟର ନିର୍ବାଚନରେ ପରାଜୟ ପରେ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡଙ୍ଗୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ନେତୃତ୍ୱ ସୁଦୃଢ ଥିଲେ ଦଳକୁ ଏପରି ପରାଜୟର ସାମନା କରିବାକୁ ପଡିନଥାନ୍ତା। ତେଣୁ ପରାଜୟ ପାଇଁ ଦଳର ଦୁର୍ବଳ ନେତୃତ୍ୱ ହିଁ ଦାୟୀ।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ସାରା ରାଜ୍ୟରେ ବିଜେପିର ସମର୍ଥ କର୍ମୀ ଅଛନ୍ତି । ସେମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ରହିଛି। ସେମାନଙ୍କ ଭିତରେ ଭାରତୀୟ ଜନତା ପାର୍ଟିକୁ ଜିତାଇବା ପାଇଁ ମଧ୍ୟ ସାମର୍ଥ୍ୟ ରହିଛି । କିନ୍ତୁ ସୁବୁଠାଣୁ ଗୁରୁତ୍ୱପୂର୍ଣ୍ଣ ହେଲା ରାଜ୍ୟ ସ୍ତରରେ ନେତୃତ୍ୱକୁ ଅଧିକ ସୁଦୃଢ କରିବାକୁ ପଡିବ । ତାହେଲେ ଯାଇ ଦଳ ବିଜୟ ଲାଭ କରିପାରିବ। ଏହାଛଡା ପୌର ନିର୍ବାଚନ ସମୟରେ ଅପରାଜିତା କାହିଁକି ଭୋଟ ଦେଲେ ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଏହାର ଉତ୍ତରରେ ଅପରାଜିତା କହିଛନ୍ତି ଯେ, ଯେତେବେଳେ ପୌର ନିର୍ବାଚନ ପାଇଁ ଭୋଟ ପଡିଲା ସେତେବେଳେ ଜରୁରୀ କାମକୁ ନେଇ ଦିଲ୍ଲୀ ଯାଇଥିଲେ। ଯେହେତୁ ସଂସଦରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ଥିଲା ଏବଂ ଏଥିପାଇଁ ସାଂସଦ ମାନଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଥିଲା ତେଣୁ ସେ ଭୋଟ ଦେଇପାରିଲେ ନାହିଁ। ତେବେ ଦିନେ ସମୟ ଆସିବ ଯେତେବେଳେ ଏକ ନୂଆ ସୂର୍ଯ୍ୟ ଉଇଁବ ଏବଂ ପଦ୍ୱ ଫୁଟିବ ବୋଲି କହିଛନ୍ତି ଅପରାଜିତା ।
ସୂଚନାଯୋଗ୍ୟେ, ରାଜ୍ୟରେ ଗତ ୨୪ ତାରିଖରେ ୧୦୯ଟି ପୌରାଞ୍ଚଳ ଓ ମହାନଗର ନିଗମ ମଧ୍ୟରୁ ୧୦୮ (ଧାମନଗର ଛାଡି)ଟିର ନିର୍ବାଚନ ଫଳାଫଳ ଶନିବାର ଦିନ ପ୍ରକାଶ ପାଇଛି। ତିନି ମେୟର ପଦବି ସହିତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ବିଜୁ ଜନତା ଦଳ ପୂର୍ବଭଳି ନିଜର ପତିଆରା ସାବ୍ୟସ୍ତ କରିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍