September 8, 2024

Satya News

odia news channel

ପଡ଼ିଲା ପୂର୍ଣ୍ଣଚ୍ଛେଦ; ପିଟିସନ ପ୍ରତ୍ୟାହାର କଲେ ବର୍ଷା

 

କଟକ: ବହୁଚର୍ଚ୍ଚିତ ବର୍ଷା ଅନୁଭବ ବିବାଦ ମାମଲାରେ ହାଇକୋର୍ଟରେ ଦାୟର କରିଥିବା ପିଟିସନକୁ ପ୍ରତ୍ୟାହାର କରି ନେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବର୍ଷାଙ୍କ ପିଟିସନ ପ୍ରତ୍ୟାହାର ପରେ ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି ହାଇକୋର୍ଟ। ସାଂସଦ ସୁପରଷ୍ଟାର ଅନୁଭବଙ୍କୁ ପୁଣି ଥରେ ଜେରା ପାଇଁ ବର୍ଷା ଅଦାଲତରେ ଆବେଦନ କରିଥିଲେ। ପୂର୍ବରୁ ପରିବାର ଅଦାଲତରେ ଧାର୍ଯ୍ୟ ଜେରା ଦିନରେ ବର୍ଷାଙ୍କ ଓକିଲଙ୍କ ଅନୁପସ୍ଥିତି ଯୋଗୁଁ ଅନୁଭବଙ୍କ ଜେରାକୁ ସମାପ୍ତ କରିଥିଲେ ପରିବାର ଅଦାଲତ। ପରବର୍ତ୍ତୀ ସମୟରେ ଅନୁଭବ ମହାନ୍ତିଙ୍କୁ ପୁଣି ଥରେ ଜେରା କରାଯାଉ ବୋଲି ପରିବାର ଅଦାଲତରେ ବର୍ଷାଙ୍କ ପକ୍ଷରୁ ଆବେଦନ ହୋଇଥିବା ବେଳେ ଏହି ଆବେଦନକୁ ଖାରଜ କରି ଥିଲେ କଟକ ପରିବାର ଅଦାଲତ।

ପରିବାର ଅଦାଲତଙ୍କ ଏହି ନିର୍ଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ବର୍ଷା।ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ଜୁଲାଇ ୧୧ରେ ତାଙ୍କୁ ଜେରା କରିବା ପାଇଁ ବର୍ଷାଙ୍କ ତରଫରୁ କେହି ଅଦାଲତରେ ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ ଅଦାଲତରେ ଅନୁଭବଙ୍କ ତରଫରୁ ଆଉ କହି ସାକ୍ଷୀ ଦେବେ ନାହିଁ ବୋଲି ଦର୍ଶାଇ ଏକ ମେମୋ ଦାଖଲ କରାଯାଇଥିଲା। ଜୁଲାଇ ୧୧ରେ  ପରିବାର ଅତାଲତ ମାମଲାର ଶୁଣାଣି କରି ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ବର୍ଷାଙ୍କ ତରଫରୁ ଏହି ନିର୍ଦ୍ଦେଶ ପ୍ରତ୍ୟାହାର ତଥା  ଅନୁଭବଙ୍କୁ ଅଧିକ ଜେରା ପାଇଁ ଅନୁମତି ଲୋଡ଼ି ପିଟିସନ ଦାଖଲ କରାଯାଇଥିଲା। ଏହି ପିଟିସନକୁ ପରିବାର ଅଦାଲତ ଅଗ୍ରାହ୍ୟ କରିଦେବା

ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ରେ ଦାଖଲ କରିଥିବା ଆବେଦନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିଥିଲା। ୨୦୨୧ ଏପ୍ରିଲ ୫ରେ ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପରିବାର ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ପାରି ନଥିଲା। ଏହାପରେ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ କଟକ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

Spread the love