ବାରଙ୍ଗ ୩୦।୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ଅଗଷ୍ଟ ମାସରେ ନନ୍ଦନକାନନ ଖୋଲିବା ନେଇ କର୍ତ୍ତୃପକ୍ଷ ସଂକେତ ଦେଇଛନ୍ତି । କରୋନାର ଦିତୀୟ ଲହର ବ୍ୟାପିବା ପରେ ଚଳିତ ବର୍ଷ ଅପ୍ରେଲ ମାସ ୩୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରଖାଯାଇଥିଲା । ଏବେ ଓଡିଶାର କେତେକ ସ୍ଥାନ ସହିତ ବିଭିନ୍ନ ରାଜ୍ୟମାନଙ୍କରେ କୋଭିଡ୍ କଟକଣା କୋହଳ ହୋଇଛି । ଏଥିପାଇଁ ଦିଲ୍ଲୀ ଏବଂ ଅନ୍ୟ କେତେକ ରାଜ୍ୟର ଚିଡିଡିଆଖାନା ଖୋଲିଯାଇଛି ।
କଟକ ଭୁବନେଶ୍ବରରେ ଏବେ କରୋନା ସଂକ୍ରମଣ କମି ନଥିବାରୁ ନନ୍ଦନକାନନ ଖୋଲିବା ସମ୍ଭବ ହୋଇନାହିଁ । ତେବେ ଶନିବାର ଅଗଷ୍ଟ ମାସ ପାଇଁ କୋଭିଡ୍ ନିୟମ ଘୋଷଣା ହେବା ପରେ ନନ୍ଦନକାନନ ଖୋଲିବା ନେଇ ସରକାର ଉଚ୍ଚସ୍ତରୀୟ ବୈଠକ କରି ନିଷ୍ପତ୍ତି ନେବାର ଅଛି । ଅଗଷ୍ଟ ମାସରେ ନନ୍ଦନକାନନ ଖୋଲାଯିବା ପାଇଁ ସରକାରଙ୍କ ସବୁଜ ସଂକେତ ମିଳିଲେ ନନ୍ଦନକାନନ କର୍ତ୍ତୃପକ୍ଷ ନନ୍ଦନକାନନ ଖୋଲିବା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି