January 23, 2026

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଛା

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ବେଶ୍ ସ୍ବତନ୍ତ୍ର। ପୂର୍ବ ଦିନରୁ ସଂଗୃହୀତ ଧାନରୁ ନବାନ୍ନ ପ୍ରସ୍ତୁତ କରାଯାଇ ଇଷ୍ଟଦେବଦେବୀଙ୍କୁ ଅର୍ପଣ କରାଯାଏ। ପରେ ସମସ୍ତେ ତାକୁ ଏକତ୍ର ହୋଇ ଗ୍ରହଣ କରନ୍ତି। ନୂଆଁଖାଇ ଦିନ ଚାଷୀ ଭୋରବେଳା ଚାଷ କ୍ଷେତକୁ ଯାଇ ଧାନଗଛକୁ ଦୀପ, ଧୂପ ଦେଇ ପୂଜାର୍ଚ୍ଚନା କରନ୍ତି, ଖିରରେ ଧୁଅନ୍ତି। ଫସଲ ଭଲ ହେଉ, ଏହି କଥା ମନାସିଥା’ନ୍ତି। ଏହି ପର୍ବରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖେ ଧାନକ୍ଷେତରୁ ପ୍ରଥମ ଶସ୍ୟ ଆଣି ଅର୍ପଣ କରାଯାଏ। ପର୍ବ ଅବସରରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ନୃତ୍ୟଗୀତ କାର୍ଯ୍ୟକ୍ରମ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ପ୍ରାନ୍ତରେ ହେଉଥିବାର ଦେଖାଯାଏ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ
ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା

ମା’ସମଲେଶ୍ୱରୀଙ୍କ ନିକଟରେ ଆପଣମାନଙ୍କ ମଙ୍ଗଳକାମନା କରୁଛୁ

ସତ୍ୟଜିତ୍ ମହାପାତ୍ର
ମୁଖ୍ୟ ସମ୍ପାଦକ,ସତ୍ୟ ନୁ୍ୟଜ୍୨୪

Spread the love